ବାଲିଗୁଡାରେ ସାବିତ୍ରୀ ବ୍ରତ ପାଳିତ : କିନ୍ନରମାନେ ମଧ୍ୟ ପାଳିଲେ ସାବିତ୍ରୀ ବ୍ରତ

add-all

ବାଲିଗୁଡା, ତା, ୧୬/୦୫ : ଓଡ଼ିଆ ନାରୀର ସମର୍ପଣ, ସଂସ୍କୃତି, ସହନଶୀଳତା ଓ ପରିବାର ପ୍ରତି ଅସୀମ ଭଲପାଇବାର ଜୀବନ୍ତ ପ୍ରତୀକର ସାବିତ୍ରୀ ବ୍ରତ କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳରେ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଅବସରରେ ହିନ୍ଦୁ ଧର୍ମ ର ସଧବା ମହିଳା ମାନେ ସ୍ବାମୀ ଙ୍କ ମଙ୍ଗଳ ମନାସୀ ଏବଂ ଦୀର୍ଘାୟୁ ତଥା ଉତ୍ତମ ସ୍ୱାସ୍ଥ୍ୟ କାମନା କରି ମହିଳା ମାନେ ଏହି ବ୍ରତ ପାଳନ କରିଥାନ୍ତି । ବ୍ରତା ଧାରୀ ସଧବା ମହିଳା ମାନେ ପ୍ରତ୍ୟୁଷ ରୁ ନିଜ ନିଜର ନିତ୍ୟକର୍ମ ସାରି ଅଞ୍ଚଳ ର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡା, ଶ୍ରୀଜଗନ୍ନାଥ ମନ୍ଦିର, ରାଧାକୃଷ୍ଣ ମନ୍ଦିର, ଗାୟତ୍ରୀ ମନ୍ଦିର, ଶିବ ମନ୍ଦିର, ହନୁମାନ ମନ୍ଦିର ଭଳି ବିଭିନ୍ନ ଦେବା ଦେବୀ ପୀଠରେ ଉପସ୍ଥିତ ରହି ଦର୍ଶନ କରିବା ସହ ପୂଜାର୍ଚନା ପରେ ସାମୁହିକ ଭାବରେ ସାବିତ୍ରୀ ବ୍ରତ ପାଳନ କରିଥିଲେ l

ହାତରେ ଭୋଗ, ମନରେ ଉତ୍ସାହ ନେଇ ନୂଆ ଶାଢୀ, ସଙ୍ଖା, ସିନ୍ଦୂର ଓ ଅଳତା ନେଇ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ଯ ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ବ୍ରତ କରୁଥିବା ମହିଳା ମାନେ ପ୍ରତ୍ୟୁଷ ରୁ ମଣ୍ଡପକୁ ଲିପାପୋଛା କରିବା ସହ ସୁନ୍ଦର ଭାବରେ ପୂଜା ସ୍ଥଳୀକୁ ସଜାଇଥିଲେ । ଏଥିରେ ପ୍ରାୟ ଏକ ଶହ ରୁ ଉର୍ଦ୍ଧ ମହିଳା ଓ ବହୁ କିନ୍ନର ମାନେ ମଧ୍ୟ ଏକତ୍ରିତ ହୋଇ ସାମୁହିକ ଭାବରେ ସାବିତ୍ରୀ ବ୍ରତ ପାଳନ କରିଥିବା ଦେଖିବାକୁ ମିଳିଥିଲା । ପଣ୍ଡିତ ପୁରୋହିତ ମାନେ ଉପସ୍ଥିତ ରହି ଗଣପତି ପୂଜା, ଲକ୍ଷ୍ମୀ ନାରାୟଣ ପୂଜା ଓ ସାବିତ୍ରୀ ସତ୍ୟବାନ ଏବଂ ସୂର୍ଯ୍ୟ ପୂଜନ କାର୍ଯ୍ୟ ସମ୍ପାଦନ ସହ ସାବିତ୍ରୀ ବ୍ରତ କଥା ମୌଖିକ ଭାବେ ବୁଝାଇବା ସହ ପଠନ କରିଥିଲେ। ଆଉ କେତେକ ଘରେ ଘରେ ବି ସାବିତ୍ରୀଙ୍କ ପ୍ରତିମା ଗଢି ବ୍ରତ କଥା ଗାଇ ପୂଜା କରିଥିଲେ ସଧବା ନାରୀ । ପୂଜା ଶେଷରେ ବ୍ରତା ଧାରୀ ମହିଳା ମାନେ ନିଜ ସ୍ଵାମୀ ଙ୍କ ପାଦ ଧୋଇ ଜଳ ସ୍ପର୍ଶ କରିବା ପରେ ପୂଜା ରୁ ଆଣିଥିବା ନାନାଦି ଫଳ ସହ ପଣା ପାଣି ଭକ୍ଷଣ କରିଥିଲେ l

ad-week
Leave A Reply

Your email address will not be published.