ବାଲୁଗାଁ ପ୍ରାଣୀ ଚିକିତ୍ସାଳୟରେ ଭୟଙ୍କର ଅଗ୍ନିକାଣ୍ଡ…

add-all

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ପ୍ରାଣୀ ଚିକିତ୍ସାଳୟରେ ଆଜି ଅପରାହ୍ନରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ବର୍ତ୍ତମାନ କାର୍ଯ୍ୟାଳୟ ପରିସରରେ ନିଆଁ ଲାଗିଯାଇଥିବା ବେଳେ ଏହା ହୁତୁ ହୁତୁ ହୋଇ ଜାଳିବାରେ ଲାଗିଛି। ଅନ୍ୟପକ୍ଷରେ କାର୍ଯ୍ୟାଳୟ ଭିତରୁ କାଚ ଏବଂ ଅନ୍ୟାନ୍ୟ ଜିନିଷ ଫାଟୁଥୁବାର ଦେଖାଯାଇଛି।

ଆଖପାଖ ଅଞ୍ଚଳର ଜନସାଧାରଣ ଭୟଭୀତ ଅବସ୍ଥାରେ ଥିବାବେଳେ ଅଞ୍ଚଳବାସି ଅଗ୍ନିଶମ ବିଭାଗକୁ ଖବର ଦେଇବାପରେ ବର୍ତ୍ତମାନ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚିଥିବା ଜଣାପଡିଛି।

ତେବେ ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ସୌଭାଗ୍ୟବଶତଃ ଅଗ୍ନିକାଣ୍ଡ ସମୟରେ କୌଣସି କର୍ମଚାରୀ ଉପସ୍ଥିତ ନଥିବା କୁହାଯାଉଛି।

ad-week
Leave A Reply

Your email address will not be published.