ନୟାଗଡ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଉପଜିଲ୍ଲାପାଳଙ୍କ ନିକଟରେ ଆବେଦନ…

add-all

ନୟାଗଡ: ନୟାଗଡ଼ ଜିଲ୍ଲା ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ବିଜେଡି ଛାଡ଼ି ବିଜେପିରେ ଯୋଗଦେବା ଫଳରେ ନୟାଗଡ଼ ଜିଲ୍ଲା ରାଜନୀତିରେ ହଲଚଲ ସୃଷ୍ଟି ହୋଇଥିଲା । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପଦ୍ମ ଦଳକୁ ଡେଇଁ ଥିବା ଏହି ବିଜେଡି ନେତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ସଜବାଜ ହେଉଥିବା ବିଜେଡି ଆଜି ନୟାଗଡ଼ ଉପଜିଲ୍ଲାପାଳଙ୍କୁ ଭେଟି ଅନାସ୍ଥା ପ୍ରସ୍ତାବ ପାଇଁ ୪୫ ଜଣ ସମିତିସଭ୍ୟ ଓ ସରପଞ୍ଚଙ୍କ ଦସ୍ତଖତ ଥିବା ପତ୍ରକୁ ଦେଇଛନ୍ତି । ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁଙ୍କ ନେତୃତ୍ୱରେ ଅନାସ୍ଥା ପ୍ରସ୍ତାବରେ ଦାବିପତ୍ର ଦେଇଛନ୍ତି । ଅନାସ୍ଥା ପାଇଁ ଦୁଇ ତୃତୀୟାଂଶ ତଥା ୪୧ ଜଣଙ୍କ ଭୋଟ ଆବଶ୍ୟକ ହେଉଥିବା ବେଳେ ୪୫ ବିଜେଡି ସମର୍ଥିତ ସମିଟିସଭ୍ୟ ଓ ସରପଞ୍ଚ ଙ୍କୁ ନେଇ ଅବସ୍ଥା ପ୍ରସ୍ତାବ ଦେଇଛନ୍ତି ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ। ସେହିପରି ବିଜେପି ନେତ୍ରୀ ପ୍ରତ୍ୟୁଷା ରଜେଶ୍ଵରି ସିଂ ଏହି ଅନାସ୍ଥା ପ୍ରସ୍ତାବକୁ ବିରୋଧରେ ୧୫ ବିଜେପି ସମର୍ଥିତ ସମିତିସଭ୍ୟ ଓ ସରପଞ୍ଚ ମାନଙ୍କୁ ଏକାଠି କରିଛନ୍ତି ।ଆଗକୁ ନୟାଗଡ଼ ରାଜନୀତିରେ ଏହି ରୋଚକ ପରିସ୍ଥିତି କେଉଁ ଆଡ଼କୁ ଯାଇଛି ତାହା ଦେଖିବାକୁ ବାକି ରହିଲା ।

ad-week
Leave A Reply

Your email address will not be published.