କୁଡୁମୁଲୁଗୁମ୍ମାରୁ ନକଲି ଦେଶୀ ମଦ ଜବତ

add-all

ମାଲକାନଗିରି : କୁଡୁମୁଲୁଗୁମ୍ମା ସ୍ଥିତ ଦେଶୀ ମଦ ଭାଟି ନିକଟରେ ଗୋଟିଏ ଅଟୋ ରେଜିଷ୍ଟ୍ରେସନ ନମ୍ବର – OD 10Y 8051 ଯୋଗେ ବାଲିମେଳା ଭାଟିରୁ କୁଡୁମୁଲୁଗୁମ୍ମା ଦେଶୀ ଭାଟି ରେ ଅନଲୋଡ କରିବାକୁ ଆସିଥିବା ବେଳେ କିଛି ସ୍ଥାନୀୟ ବାସିନ୍ଦା ଉକ୍ତ ବିଷୟରେ ପୁଲିସ କୁ ସୁଚନା ଦେଇଥିଲେ । ସୁଚନା ମୁତାବକ ଓର୍କେଲ ଥାନାର ସେକେଣ୍ଡ ଅଫିସର ଅଜିତ ସିଂ ବରିହା ଙ୍କ ସହିତ କୁଡୁମୁଲୁଗୁମ୍ମା ପୋଲିସ ଫାଣ୍ଡି ଅଧିକାରୀ କୃଷ୍ଣ ଚନ୍ଦ୍ର ହିଆଲ୍ ଙ୍କ ନେତୃତ୍ବରେ ଏକ ଟିମ୍ ଉକ୍ତ ଅଟୋକୁ ଫାଣ୍ଡିକୁ ଆଣିବା ସହିତ ସମସ୍ତ ନକଲି ଦେଶୀ ମଦ ପ୍ୟାକେଟ ଗୁଡିକୁ ଜବତ କରିଥିଲେ ।

୧୫ ଗୋଟି ଜରିବସ୍ତା ମଧ୍ୟରେ ପାଖାପାଖି ୩୦୦୦ ପାଉଚ ଯାହା ମଧ୍ୟରେ ୬୦୦ ଲିଟର ଦେଶୀ ମଦ ଜବତ ବିଷୟରେ ପୋଲିସ ସୁଚନା ଦେଇଥିଲେ । ଏହି ମଦ ପାଉଚ ଗୁଡିକରେ କୈାଣସି ଲାଇସେନ୍ସ ପ୍ରାପ୍ତ ମଦର ସିଲ କିମ୍ବା ଲୋଗ ନଥିଲା ବେଳେ ଏହା ସମ୍ପୂର୍ଣ୍ଣ ଭାବରେ ନକଲି ମଦ ବୋଲି ବିବେଚନା କରାଯାଉଛି, ଯାହା ଲ୍ୟାବ୍ ପରିକ୍ଷଣ ପରେହିଁ ନକଲି କି ଅସଲି ଜଣାପଡ଼ିବ । ପୋଲିସ ବର୍ତ୍ତମାନ ସୁଧା ଅଟୋ ଡ୍ରାଇଭର ରୋହିତ ଖରା ଓ କୁଡୁମୁଲୁଗୁମ୍ମା ଦେଶୀମଦ ଭାଟିର ସେଲ୍ସ ମ୍ୟାନ ଅଶୋକ ପାଶୱ।ନ୍ ଦ୍ୱୟଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।

ad-week
Leave A Reply

Your email address will not be published.