ମାଲକାନଗିରି : ଚିକିତ୍ସା ଅବହେଳାରୁ ନାବଳର ମୃତ୍ୟୁ, ମୃତ ଶରୀର କୁ ନେଇ ମେଡିକାଲ ଆଗରେ ଧାରଣା ଦେଲେ ପରିବାର…

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ତଣ୍ଡକି ଗ୍ରାମପଞ୍ଚାୟତର ପୂର୍ଣ ଦାସ ନାମକ ବ୍ୟକ୍ତି ଙ୍କ ଦୁଇଜଣ ଶିଶୁ ପୁତ୍ର ହଠାତ ଅସୁସ୍ଥ ହୋଇପଡିବାରୁ ମାଲକାନଗିରି ସଦର ମହାକୁମା ଚିକିତ୍ସାଳୟରେ ଭର୍ତି କରଯାଇଥିଲା l ଦୁଇଦିନ ଧରି ଚିକିତ୍ସା ହେବା ପରେ ମଧ୍ୟ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିନଥିଲା ଯାହା ଫଳରେ ଅଧିକ ଚିକିତ୍ସା ପାଇଁ ବାହାରକୁ ନେବା ପାଇଁ ଚିକିତ୍ସକକୁ ପଚାରି ଥିଲେ ଚିକିତ୍ସକ ଜଣଙ୍କ କୌଣସି ଉତ୍ତର ନ ଦେଇ ହସିବା ସହ ମୁଁ କଣ ଗୁଣିଗାରିଡି କରି ଠିକ କରିଦେବିକି ପାଲଟା ପ୍ରଶ୍ନ କରିଥିଲେ l ଆଜି ଅପରାହ୍ନ ସମୟରେ ଦୁଇ ଶିଶୁପୁତ୍ର ଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା ପରେ ଚିକିତ୍ସା ରେ ଅବହେଳା କରିଥିବା ଅଭିଯୋଗ ରେ ଶିଶୁ ପୁତ୍ରର ମର ଶରୀର କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସାମ୍ନାରେ ରଖି ଚିକିତ୍ସାରେ ଅବହେଳାର ତଦନ୍ତ ଏବଂ ଦୋଷୀ ଡାକ୍ତର ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଦାବି ରେ ଶତାଧିକ ଗ୍ରାମବାସି ଧାରଣା ଦେଇଥିଲେ l ପରେ ଉତେଜନା ବଢ଼ିବାରୁ ମୁଖ୍ୟ ଚିକିତ୍ସକ ପ୍ରଫୁଲ କୁମାର ନନ୍ଦ ଏହାର ତଦନ୍ତ କରିବା ଏବଂ ଦୋଷୀଙ୍କ ବିରୋଧ ରେ କାର୍ଯ୍ୟନୁଷ୍ଠାନ ନେବାପାଇଁ ପ୍ରତିଶୃତି ଦେଲା ପରେ ଲୋକେ ଧାରଣା ରୁ ହଟିଥିଲେ l ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ରେ ପରିବର୍ତନ ଓ ଜନସାଧାରଣ ଙ୍କୁ ଉନ୍ନତମାନ ର ସେବା ଯୋଗାଇବା ପାଇଁ 5ଟି ଯୋଜନା ରେ ସାମିଲ କରିଥିବା ବେଳେ ମେଡିକାଲ କର୍ତ୍ତୃପକ୍ଷକଙ୍କ ଅଚରଣ ରେ ସୁଧାର ନ ଆସିବା ଏବଂ ଡାକ୍ତରମାନଂକ ରୋଗୀ ପ୍ରତି ଦୁର୍ବ୍ୟବହାର ପ୍ରଶ୍ନବାଚି ସୃଷ୍ଟି ହୋଇଛି l

ad-week
Leave A Reply

Your email address will not be published.