ଗଞ୍ଜାମ ପଞ୍ଚାୟତ ସମିତିର ନବମ ସାଧାରଣ ଅଧିବେଶନ ଅନୁଷ୍ଠିତ : ଗ୍ରାମାଞ୍ଚଳ ଜଳସେଚନ ଓ ଅନ୍ୟାନ୍ୟ ସମସ୍ୟାର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱାରୋପ

add-all

ଛତ୍ରପୁର : ଗଞ୍ଜାମ ପଞ୍ଚାୟତ ସମିତିର ନବମ ସାଧାରଣ ଅଧିବେଶନ ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଧିବେଶନରେ ବ୍ରହ୍ମପୁର ସାଂସଦ ଡ଼ଃ ପ୍ରଦୀପ ପାଣିଗ୍ରାହୀ, ଛତ୍ରପୁର ବିଧାୟକଙ୍କ ଗଞ୍ଜାମ ବ୍ଲକ ପ୍ରତିନିଧି ମାନସ ନାୟକ, ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ବେହେରା, ଜିଲ୍ଲାପରିଷଦ -୧୫ ର ସଦସ୍ୟ ସନାତନ ବେହେରା, ଜିଲ୍ଲାପରିଷଦ -୧୪ର ସଦସ୍ୟା ସସ୍ମିତା ସ୍ୱାଇଁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଚ୍ୟୁତାନନ୍ଦ ଜାନୀ, ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଜନପ୍ରତିନିଧି, ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।

ପଞ୍ଚାୟତରାଜ ଜନପ୍ରତିନିଧି ମାନେ ନିଜ ନିଜ ଅଞ୍ଚଳରେ କ୍ଷୁଦ୍ର ଓ ଉଠା ଜଳସେଚନ, ପାନୀୟ ଜଳ ଯୋଗାଣ, ରାସ୍ତା, ଅଙ୍ଗନୱାଡି କେନ୍ଦ୍ର, କୃଷି ଓ ବିଦ୍ୟାଳୟ ଆଦିରେ ଥିବା ବିଭିନ୍ନ ସମସ୍ୟା ଉତ୍ଥାନ କରିଥିଲେ। ସମ୍ପୃକ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଜନପ୍ରତିନିଧିମାନେ ଉତ୍ଥାନ କରିଥିବା ବିଭିନ୍ନ ସମସ୍ୟାର ସାମ୍ପ୍ରତିକ ସ୍ଥିତି ଓ କେବେ ସୁଦ୍ଧା ସେଗୁଡିକର ସମାଧାନ ହୋଇପାରିବ ସେ ବିଷୟରେ ବୈଠକକୁ ଅବଗତ କରିଥିଲେ ।
ଗଞ୍ଜାମ ବ୍ଲକ ଚାଷ ପାଇଁ ଜଣାଶୁଣା ତେଣୁ ଚାଷୀ ଭାଇଭଉଣୀ ମାନଙ୍କର ସମସ୍ୟା ସମାଧାନକୁ ସବୁବେଳେ ପ୍ରାଥମିକତା ଦେବା ପାଇଁ ବୈଠକରେ ପରାମର୍ଶ ଦିଆଯାଇଥିଲା। ଚଳିତ ବର୍ଷ ଟମାଟୋ ଅଳ୍ପଦରରେ ବିକ୍ରି ହୋଇଥିଲା। ସେଥିଉପରେ ବିଶେଷ ଦୃଷ୍ଟି ଦେଇ ଚାଷ ପ୍ରତି ଲୋକମାନେ ଉତ୍ସାହିତ ହେଲା ଭଳି ସ୍ୱତନ୍ତ୍ର ପଦକ୍ଷେପ ନେବା ପାଇଁ ବୈଠକରେ ପରାମର୍ଶ ଦିଆ ଯାଇଥିଲା । ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ସେମାନଙ୍କ ବିଭାଗର ଗଞ୍ଜାମ ବ୍ଲକ ସମ୍ପର୍କୀୟ ତଥ୍ୟ ଉପସ୍ଥାପନ କରିଥିଲେ ଏବଂ ସେ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା।

ଏହି ଅବସର ରେ ଦଶମ ପରୀକ୍ଷାରେ ଉତ୍କୃଷ୍ଟ ନମ୍ବର ରଖି ଗଞ୍ଜାମ ବ୍ଲକ ପାଇଁ ସୁନାମ ଆଣିଥିବା କୃତି ଛାତ୍ର-ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ad-week
Leave A Reply

Your email address will not be published.