ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ଅମର୍ଦ୍ଦା ଏୟାରଷ୍ଟ୍ରିପ୍‌

add-all

ବାରିପଦା: ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ସ୍ଥିତ ଅମର୍ଦ୍ଦା ଏୟାରଷ୍ଟିପ୍‌ ପୁନଃ କାର୍ଯ୍ୟକ୍ଷମ କରିବାକୁ ଭାରତୀୟ ବାୟୁ ଅଧିକାରୀଙ୍କ ସହ ମୟୂରଭଞ୍ଜ ଏମ୍‌ପି ତଥା କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ବର ଟୁଡୁ ଆଲୋଚନା କରିଛନ୍ତି। ଏହି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଶୁକ୍ରବାର ମନ୍ତ୍ରୀ ଟୁଡୁ ନୂଆଦିଲ୍ଲୀଠାରେ ବାୟୁସେନାର ଭାଇସ୍‌ ଏୟାର ଚିଫ୍‌ ରାନାଡେ, ଆସିଷ୍ଟାଣ୍ଟ ଚିଫ୍‌ ଏୟାରଷ୍ଟ୍ରିପ୍‌ ଅପରେସନ ଏବଂ ଅନ୍ୟାନ୍ୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରିଥିଲେ।

ଖୁବଶୀଘ୍ର ଅମର୍ଦ୍ଦା ଏୟାରଷ୍ଟିପ୍‌ରେ ଉଭୟ ସାମରିକ ଏବଂ ବେସାମରିକ ଯାନ ଯାତାୟତ ପାଇଁ କାର୍ଯ୍ୟ କରିବ ବୋଲି ଅଧିକାରୀମାନେ ପ୍ରକାଶ କରିଥିବା ନେଇ ମନ୍ତ୍ରୀ ଟୁଡୁଙ୍କ ମିଡିଆ ପ୍ରତିନିଧି ଦେବବ୍ରତ ସାମଲ ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି।
ଏଥିପୂର୍ବରୁ କେନ୍ଦ୍ରମନ୍ତ୍ରୀ ଟୁଡୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଚ୍ଚପଦସ୍ଥ ଅଫିସର ଏବଂ ବୈଷୟିକ ଟିମ୍‌ଙ୍କୁ ନେଇ ଅମର୍ଦ୍ଦା ଏୟାରଷ୍ଟିପ୍‌ ଗସ୍ତ କରି ବାସ୍ତବ ସ୍ଥିତିର ସମୀକ୍ଷା କରିଥିଲେ। ଏଥି ସହିତ ମନ୍ତ୍ରୀ ଟୁଡୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବ୍ୟକ୍ତିଗତ ଭାବେ ଭେଟି ଏହି ଏୟାରଷ୍ଟିପ୍‌ର କାର୍ଯ୍ୟକାରିତା ଉପରେ ଆଲୋଚନା କରିଥିଲେ।

ad-week
Leave A Reply

Your email address will not be published.