ଅବ୍ୟବସ୍ଥା ମଧ୍ୟରେ ଓଡ଼ଗାଁ ଭାରତୀୟ ସଂଚାର ନିଗମ କାର୍ଯ୍ୟାଳୟ

add-all

ନୟାଗଡ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଭାରତୀୟ ସଂଚାର ନିଗମ କାର୍ଯ୍ୟାଳୟର ଦକ୍ଷିଣ ପଶ୍ଚିମ ପାର୍ଶ୍ଵରେ ଥିବା ପାଚେରୀ ମୂଳରୁ ୩୦ ଫୁଟ ପର୍ଯ୍ୟନ୍ତ ଭୁଷୁଡି ପଡ଼ିଥିବା ବେଳେ କାର୍ଯ୍ୟାଳୟ ପରିସରଟି ସମ୍ପୂର୍ଣ୍ଣ ରୂପେ ଅସୁରକ୍ଷିତ ହୋଇପଡିଛି ।ଏଠାରେ ବିଏସଏନଏଲ୍ ଟାୱାର ରହିବା ସହିତ ପୂର୍ବ ଓଡ଼ିଶାରୁ ଦକ୍ଷିଣ ଓଡ଼ିଶାକୁ ଏପରିକି ହାଇଦ୍ରାବାଦ ପର୍ଯ୍ୟନ୍ତ ଅପ୍ଟିକାଲ ଫାଇବର ଜରିଆରେ ହୋଇଥିବା ଇଣ୍ଟରନାଲ କନେକସନ୍ ଜଙ୍କସନ୍ ଏଠାରେ ରହିଛି । ବହୁ ଗୁରୁତ୍ବପୂର୍ଣ୍ଣ ଯନ୍ତ୍ରାଂଶ ସହିତ ଟେଲି କମ୍ୟୁନିକେସନ ପାଇଁ ଓଡ଼ଗାଁ କାର୍ଯ୍ୟାଳୟ ପ୍ରମୁଖ ଭୂମିକା ନେଇଥିବା ବେଳେ ଏଠାରେ କୌଣସି ସ୍ଥାୟୀ କର୍ମଚାରୀ ରହୁନଥିବାରୁ ମାନବ ଶୂନ୍ୟ କାର୍ଯ୍ୟାଳୟଟି ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିବା ପରି ମନେ ହେଉଛି ।
ଏଠାରେ ଥିବା ମୂଲ୍ୟବାନ ଯନ୍ତ୍ରାଂଶ ଗୁଡ଼ିକ ଚୋରି ହୋଇଗଲେ ପୂର୍ବ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଏ ତେବେ ଏହାର ଉତ୍ତରଦାୟୀ ହେବାକୁ କାହା ପାଖରେ କୌଣସି ଉତ୍ତର ନାହିଁ ।ଏପରିକି କ୍ୟାମ୍ପସ ଭିତରେ ଥିବା ମୂଲ୍ୟବାନ ଗଛର ଭବିଷ୍ୟତ କଣ ? ଏବଂ ଅନାବନା ଗଛ ଓ ଘାସ ଗୁଡ଼ିକ ଯୋଗୁଁ କ୍ୟାମ୍ପସ ନାନା ବିଷଧର ସରୀସୃପଙ୍କ ବାସସ୍ଥଳୀ ହୋଇପଡିଛି ।ଏହି ଅବ୍ୟବସ୍ଥା ମଧ୍ୟରେ ଚାଲିଥିବା ଓଡ଼ଗାଁ ଭାରତୀୟ ସଂଚାର ନିଗମ କାର୍ଯ୍ୟାଳୟ ପ୍ରତି ଉଚ୍ଚ ପଦାଧିକାରୀ ଦୃଷ୍ଟି ଦେଲେ ହୁଏତ ଆଗାମୀ ଦିନରେ ଯେକୌଣସି ଅନିଚ୍ଛାକୃତ ଅଘଟଣକୁ ଏଡ଼ାଇ ଦିଆଯାଇ ପାରନ୍ତା ।

ad-week
Leave A Reply

Your email address will not be published.