
ମାଲକାନଗିରି : କାଲିମେଳା ବ୍ଲକ ଅନ୍ତର୍ଗତ ଭେଙ୍କଟାପାଲମ ପଞ୍ଚାୟତରେ ମନରେଗା ଯୋଜନାରେ ପ୍ରାୟ ୮ ଲକ୍ଷ ୭୫ ହଜାର ୬୪୧ ଟଙ୍କା ହେରଫେର ହୋଇଥିବା ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ବଗିଚା ବାଚେରୀ, ‘ମା କେ ନାମ ପେଡ’, ସକ୍ ପିଟ୍, ଅମୃତ ସରୋବର ଓ ରାସ୍ତା ନିର୍ମାଣ ଭଳି ବିଭିନ୍ନ କାମ ନାମରେ ଅର୍ଥ ଖର୍ଚ୍ଚ ଦର୍ଶାଯାଇଥିଲେ ମଧ୍ୟ ଅନେକ କାମ ବାସ୍ତବରେ ହୋଇନଥିବା ଦାବି କରାଯାଇଛି। ଜିଆରଏସ, କନିଷ୍ଠ ଯନ୍ତ୍ରୀ, ପିଇଓ ଓ ମେଟ୍ ମିଳିତ ଭାବେ ଏହି ଅର୍ଥ ହେରଫେର କରିଥିବା ଅଭିଯୋଗ ହୋଇଛି।
ଗ୍ରାମବାସୀ କାମ ହୋଇନଥିବା ସ୍ଥାନର ଫଟୋ ସହ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିବା ବେଳେ ଘଟଣାର ନିରପେକ୍ଷ ତଦନ୍ତ ଓ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
