ମୋଦିଙ୍କ ଇନ୍ଧନ ବଚାଓ ନାରା ଆସିକା ରେ ଫେଲ …

add-all


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବିଧାୟକ ଇନ୍ଦ୍ର ଚନ୍ଦ୍ର ମାନୁନଥିବାର ନଗ୍ନ ନମୁନା ଆଜି ଆସିକା ରେ ଦେଖିବାକୁ ମିଳିଛି। ରାଜ୍ୟରେ ବିଜେପି ସରକାର ହେବାର ଦୁଇ ବର୍ଷ ପୂର୍ତ୍ତି ଉତ୍ସବ ସକାଶେ ସହ ସହ ବିଜେପି କର୍ମୀ ମାନଙ୍କ ସହିତ ଆସିକା ବିଧାୟକ ଏକ ରାଲିର ଆୟୋଜନ କରିଥିବା ଲକ୍ଷ କରାଯାଇଛି। ଏପଟେ ଯଶସ୍ବୀ ପ୍ରଧାନମନ୍ତ୍ରୀ ଇନ୍ଧନ ବଚତ୍ କରିବା ପାଇଁ ଗଳା ଫଟା ଭାଷଣ ଦେଉଥିବା ବେଳେ ତାହାର ବ୍ୟତିକ୍ରମ ଆସିକା ଅଞ୍ଚଳରେ ଦେଖିବାକୁ ମିଳିଛି। ନିଜର ଦବଦବା ଦେଖାଇ ବାଃ ବାଃ ନେବା ପାଇଁ ଏଭଳି ରାଲିର କାର୍ଯ୍ୟକ୍ରମ କରାଯାଇଥିବା ଚର୍ଚ୍ଚା ହେଉଛି। ଆସିକା ବିଧାୟକଙ୍କ ଗୃହ ନିକଟରୁ ସହ ସହ ବାଇକ ରେ ସମର୍ଥକ ମାନେ ଏକ ରାଲିରେ ସହର ପରିକ୍ରମା କରିଥିଲେ। ଭାଇନାଙ୍କ କଥା ବେଶୀ କାର୍ଯ୍ୟ କମ ବୋଲି ସହରରେ ଆଲୋଚନା ହେଉଛି। ଆଜିର ବାଇକ ରାଲି ପରେ ପ୍ରଧାନମନ୍ତ୍ରୀ ଙ୍କ ନାରା ନାରାରେ ରହିଯାଇଥିବା ଦେଖିବାକୁ ମିଳିଛି।

ad-week
Leave A Reply

Your email address will not be published.