ବିଜେଡି ରୁ ଟୁନା ଦାସ ଓ ପ୍ରମୋଦ ସାହୁଙ୍କୁ ନିଲମ୍ବିତ ପ୍ରତିବାଦରେ ୪ ବ୍ଲକର ସମସ୍ତ ନିର୍ବାଚିତ ନେତାଙ୍କ ସମୂହ ଇସ୍ତଫା

add-all

ବାଲିଗୁଡା, ତା, ୦୫/୦୬ : ରାଜ୍ୟସଭା ନିର୍ବାଚନ ରେ କ୍ରସ ଭୋଟିଂ କୁ ନେଇ ଚର୍ଚ୍ଚା ରେ ଥୂବା ନିଲମ୍ବିତ ହୋଇଥିବା ବାଲିଗୁଡା ବିଧାୟକ ଚକ୍ରମଣୀ କହଁର ଙ୍କୁ ସ୍ବାଗତ କରିବା ମହଙ୍ଗା ପଡିଲା ବିଜେଡି ଜିଲ୍ଲା ଉପସଭାପତି ଟୁନା ଦାଶ ଏବଂ ସମ୍ପାଦକ ପ୍ରମୋଦ ସାହୁ ।ଏହାକୁ ନେଇ ଦଳ ତରଫରୁ ଦୁଇ ନେତାଙ୍କୁ ନିଲମ୍ବିତ କରିଥିଲେ l ରାଜ୍ୟ ଦଳର ଏହି ନିଷ୍ପତି କୁ ନେଇ ସ୍ଥାନୀୟ ଅଞ୍ଚଳ ରେ ଦଳ ମଧ୍ୟରେ ଘୋର ଅସନ୍ତୋଷ ସହ ସଂଗଠନ ରେ ଦେଖାଦେଇଛି ଅସ୍ଥିରତା। ଟୁନା ଓ ପ୍ରମୋଦଙ୍କୁ ନିଲମ୍ବନ କରାଯିବା ପରେ ରାଜନୈତିକ ମହଲ ରେ ଚର୍ଚ୍ଚା ଜୋର ଧରିଛି। ଏହି ନିଷ୍ପତ୍ତି କୁ ବିରୋଧ କରି ବାଲିଗୁଡା ବିଧାନସଭା ଅନ୍ତର୍ଗତ ଚାରୋଟି ବ୍ଲକ ଯଥା :- ବାଲିଗୁଡା, ତୁମୁଡିବନ୍ଧ, କୋଟଗଡ, ଓ କ. ନୂଆଗାଁ ବ୍ଲକର ସମସ୍ତ ନିର୍ବାଚିତ ସମିତି ସଭ୍ୟ, ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ସଭ୍ୟ, ଛାତ୍ର, ମହିଳା, ସକ୍ରିୟ ସଦସ୍ୟ ସାମୂହିକ ଭାବେ ନିଜ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି।

ଇସ୍ତଫା ଦେଇଥିବା ନେତାମାନେ କହିଛନ୍ତି ଯେ, ଟୁନା ଓ ପ୍ରମୋଦଙ୍କ ବିରୋଧ ରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଅନ୍ୟାୟ ଏବଂ ଏକପାଖିଆ। ଦଳୀୟ ନେତୃତ୍ଵ ତୁରନ୍ତ ଏହି ନିଷ୍ପତ୍ତି ର ପୁନଃବିଚାର କରିବା ପାଇଁ ସେମାନେ ଦାବି କରିଛନ୍ତି। ଘଟଣାକୁ ନେଇ ସମଗ୍ର କନ୍ଧମାଳ ଜିଲ୍ଲାରେ ରାଜନୈତିକ ପରିବେଶ ସରଗରମ ହୋଇପଡ଼ିଛି। ଏକଦା ବାଲିଗୁଡା ନିର୍ବଚନୀ ମଣ୍ଡଳୀରେ ବିଜେଡି କୁ ଦୁଇ ଦୁଇ ଥର ବିଧାୟକ ଜିତାଇବା ଏବଂ ବିଜେଡି କୁ ତୃଣ ମୂଳ ସୁରରୁ ଶକ୍ତିଶାଳୀ କରାଇଥିବା ଦୁଇ ନେତା ଟୁନା ଏବଂ ପ୍ରମୋଦ ଙ୍କ ନିଲମ୍ବନ ଆଦେଶ କୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ବାଲିଗୁଡା ଅଞ୍ଚଳବାସୀ. ତୁମୁଡିବନ୍ଧ ଜିଲ୍ଲାପରିଷଦ ତଥା ବ୍ଲକ ସଭାପତି ନବୀନ ପାତ୍ର, ପଞ୍ଚାୟତ ସମିତି ଅଧକ୍ଷା ବାସନ୍ତୀ ମାଝୀ, ନୂଆଗାଁ ପଞ୍ଚାୟତ ସମିତି ଅଧ୍ଯକ୍ଷା ସୁଲଚନା ଦଳବେହେରା, ବାଲିଗୁଡା ଏ ନ ଏ ସି ଅଧକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଉପାଧ୍ଯକ୍ଷ ମିନତୀ ନାୟକ ପୂର୍ବତନ ଉପାଧ୍ଯକ୍ଷ ଲୋକନାଥ ପାଢ଼ୀ ଙ୍କ ସହ ଶତାଧୂକ କର୍ମୀ ଉପସ୍ଥିତ ରହି ରାଜ୍ୟ ର ସାଧାରଣ ସମ୍ପାଦକ ବିଜୟ ନାୟକ ଙ୍କ କୁଶ ପୁତ୍ତଳିକା ଦାହ କରି ସମୂହ ଇସ୍ତଫା ଦେଇଛନ୍ତି l ଆଗାମୀ ଦିନରେ ଦଳ ପକ୍ଷରୁ କିପରି ପଦକ୍ଷେପ ନିଆଯିବ, ତାହା ଉପରେ ରହିଛି ସମସ୍ତଙ୍କ ନଜର l

ad-week
Leave A Reply

Your email address will not be published.