ଆସିକା ପୋଲିସ କବ୍ଜାରେ ଅନ୍ତରାଜ୍ୟ ବାଇକ ଲୁଟେରା ଗ୍ୟାଙ୍କ ୧୦ ଟି ଚୋରି ବାଇକ ସହ ତିନି ଅଭିଯୁକ୍ତ ଗିରଫ

add-all

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ପୋଲିସକୁ ବଡ଼ ସଫଳତା । ଆସିକା ଏରୋଗଲା ବସ୍ତି ରୁ ୧୦ ଟି ଚୋରି ବାଇକ ଜବତ ସହ ତିନି ଅନ୍ତରାଜ୍ୟ ବାଇକ ଲୁଟେରା ଗ୍ୟାଙ୍କକୁ ଧରିଲା ପୋଲିସ l ତିନି ଗିରଫ ଅଭିଯୁକ୍ତ ହେଲେ ଗଣ୍ଡପଲ୍ଲୀ ଗ୍ରାମର ଏ.ସନ୍ତୋଷ, ଡି. ଚିନା ଓ ଠେଙ୍ଗାତମ୍ବା ପଲ୍ଲୀ ଗ୍ରାମର ପି. ଅଜୟ l ଏମାନେ ରାଜ୍ୟର ବିଭିନ୍ନ ଥାନା ଇଲାକା ରୁ ପ୍ରଥମେ ବାଇକ ଚୋରି କରୁଥିଲେ l ପରେ ଚୋରି ବାଇକ ଗୁଡିକୁ ଡକାୟତି,ଛିନ୍ତାଇ, ରୋବେରୀ ପରି ବିଭିନ୍ନ ଅପରାଧ କାର୍ଯ୍ୟକଳାପ ରେ ବ୍ୟବହାର କରୁଥିଲେ l ଗିରଫ ଅଭିଯୁକ୍ତ ମାନଙ୍କ ନାଁ ରେ ଆସିକା ସମେତ ରାଜ୍ୟର ଅନେକ ଥାନାରେ ଏକାଧିକ ମାମଲା ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି। ଆଜି ଆସିକା ଏସ.ଡି. ପି. ଓ ସୌରଭ ରଞ୍ଜନ ପ୍ରଧାନ ଏକ ଖବର ଦାତା ସମ୍ମିଳନୀ ରେ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.