ଆସିକା ମୁଖ୍ୟ ଡାକଘର ଉପରେ ଥିବା ଡାକ ବିଭାଗ ଅଧିକ୍ଷଙ୍କ କାର୍ଯ୍ୟାଳୟ ରେ ବଡ଼ ଧରଣର ଅଗ୍ନିକାଣ୍ଡ…..!

add-all


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହରର କେନ୍ଦ୍ରସ୍ଥଳୀରେ ଥିବା ମୁଖ୍ୟ ଡାକ ଘରର ଉପର ମହଲା ରେ ଥିବା ଡାକ ବିଭାଗୀୟ ଅଧିକ୍ଷକଙ୍କ କାର୍ଯ୍ୟାଳୟ ରେ ସଟ ସାର୍କିଟ ଯୋଗୁଁ ଭୟା ବହ ଅଗ୍ନିକାଣ୍ଡ ଘଟିଥିବା ଜଣା ପଡିଛି। ଆଜି ଅପରାହ୍ନ ରେ ଅଚାନକ ଅଗ୍ନି ଝରକା ପଟେ ଅଗ୍ନି ଲାଗିଥିବା ସମ୍ପର୍କ ରେ ଲୋକେ ଦେଖିବା ପରେ ଖବର ଚାରିଆଡେ ପ୍ରଚାରିତ ହୋଇଥିଲା। ଆସିକା ଅଗ୍ନି ଶ୍ରମ ବିଭାଗ ପକ୍ଷରୁ ନିଆଁ କୁ ଆୟତ୍ତ ପାଇଁ ଚେଷ୍ଟା କରାଯାଇଥିଲା। ନିଆଁ ହୁତ ହୁତ ହୋଇ ଜଳିବା ପରେ ଅଗ୍ନିଶମ ବିଭାଗ ର ଅନ୍ୟ ଗାଡି ଆସି ନିଆଁକୁ ଦୀର୍ଘ ଘଣ୍ଟା ପରେ ଆୟତ କରିଥିଲେ। ଖବର ପାଇ ଆସିକା ଏସ୍ଡ଼ିପିଓ ସୌରଭ ପ୍ରଧାନ, ଥାନା ଅଧିକାରୀ ସୁଧୀର ସାହୁ ଘଟଣା ସ୍ଥଳରେ ପହଞ୍ଚି ଟ୍ରାଫିକ ସମସ୍ୟା କୁ ଦୃଷ୍ଟିରେ ରଖି ଲୋକଙ୍କୁ ନିଆଁ ନିକଟକୁ ଯିବାକୁ ବାରଣ କରୁଥିବା ଲକ୍ଷ କରାଯାଇଛି। ଆଜି ରବିବାର ଛୁଟି ଦିନ ହୋଇଥିବା ଯୋଗୁଁ କାର୍ଯ୍ୟାଳୟ ବନ୍ଦ ରହିଥିଲା। ସୋମବାର ଦିନ ଅଫିସ ଖୋଲିଲେ ଜରୁରୀ ନଥିପତ୍ର କଣ କଣ ସବୁ ପୋଡି ତାହା ଆକଳନ ପରେ ଜଣା ପଡ଼ିବ।

ad-week
Leave A Reply

Your email address will not be published.