୧୭ ତମ ଓଡ଼ଗାଁ କ୍ରିକେଟ ଲିଗ୍ ଉଦଘାଟିତ

add-all

ନୟାଗଡ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନି ଷ୍ଟାଡିୟମରେ ରଘୁନାଥ ଆଥଲେଟିକ ଆସୋସିଏସନ୍ ଦ୍ଵାରା ଆୟୋଜିତ ୧୭ ତମ ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍)ର ଶୁଭାରମ୍ଭ ହୋଇଛି।ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ୧୦ ଦିନ ଧରି ଚାଲିବାକୁ ଥିବା ବେଳେ ୩୨ଟି ଦଳ ଅଂଶଗ୍ରହଣ କରିବେ ଏବଂ ଫାଇନାଲ ମ୍ୟାଚ୍ ଆସନ୍ତା ୧୬ ତାରିଖରେ ଅନୁଷ୍ଠିତ ହେବ ।

ଟୁର୍ଣ୍ଣାମେଣ୍ଟ ଉଦଘାଟନ ପୂର୍ବରୁ ଖେଳାଳି ମାନେ ସକାଳ ୯ ଟା ବେଳେ ଶ୍ରୀ ରଘୁନାଥ ଜୀଉଙ୍କ ଠାରୁ ମଶାଲ ଧରି ରଘୁନାଥ ଆଥଲେଟିକ ଆସୋସିଏସନ୍ ର ସମ୍ପାଦକ ତଥା ଓଡ଼ଗାଁ ଅଞ୍ଚଳର ଖେଳ ମଣିଷ ଭାବରେ ପରିଚିତ ଦିବାକର ନାୟକଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରା ନଗର ପରିକ୍ରମା କରି ମିନି ଷ୍ଟାଡିୟମରେ ପହଞ୍ଚିଥିଲେ । ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସେ ମଧ୍ୟ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

ad-week
Leave A Reply

Your email address will not be published.