ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଚିତ୍ରକୋଣ୍ଡା ବିଧାୟକ , କାଳ ବୈଶାଖୀ ପବନରେ ବିଧାୟକଙ୍କ ଗାଡି ଉପରେ ପଡ଼ିଲା ଗଛ…

add-all

ମାଲକାନଗିରି: ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ। ଆଜି ଚିତ୍ରକୋଣ୍ଡା ବ୍ଲକ ଦୋରାଗୁଡା ଅଞ୍ଚଳକୁ ଅପରାହ୍ଣ ସମୟରେ ବିଧାୟକ ଶ୍ରୀ ଖିଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫେରିବା ବାଟରେ ଏଭଳି ଅଘଟଣର ଶିକାର ହୋଇଛନ୍ତି। ଚିତ୍ରକୋଣ୍ଡା-ବାଲିମେଳା ମୁଖ୍ୟ ରାସ୍ତାର ଭାଲବ ହାଉସ ଛକ ନିକଟରେ କାଳ ବୈଶାଖୀ ପ୍ରଭାବରେ ଏକ ଗଛ ବିଧାୟକ ଙ୍କ ଗାଡି ଉପରେ ପଡି ଯାଇଥିଲା। ତେବେ ଏହି ଦୁର୍ଘଟଣା ରେ ବିଧାୟକଙ୍କ ସମେତ ବିଧାୟକ ପ୍ରତିନିଧି ଇସାକ୍ ଖୋସଲା ରହିଥିଲେ। ତେବେ ବିଧାୟକ ପ୍ରତିନିଧି ଶ୍ରୀ ଖୋସଲା ଗାଡି ଚଳାଉଥିବା ବେଳେ ତାଙ୍କର ଉପସ୍ଥିତ ବୁଦ୍ଧି ହେତୁ ଏହି ବଡ଼ ଅଘଟଣ ରୁ ବର୍ତ୍ତିଥିବା ଜଣାପଡିଛି। ସଙ୍ଗେ ସଙ୍ଗେ ଓରକେଲ ଥାନା କୁ ଏନେଇ ଖବର ଦିଆଯାଇଥିବା ବେଳେ ଘଟଣା ସ୍ଥଳରେ ଚିତ୍ରକୋଣ୍ଡା ତହସିଲଦାର ନଟବର ଗରଡା ପହଁଚି ସ୍ଥିତି ସମୀକ୍ଷା କରିଥିଲେ। ଗଛ ପଡିବା ଦ୍ୱାରା ବିଧାୟକ ଶ୍ରୀ ଖିଲ ଙ୍କ ଗାଡି ସମ୍ମୁଖ ସମ୍ପୂର୍ଣ୍ଣ ଚେପା ହୋଇଯାଇଛି। ତେବେ ଗଛ ପଡିବା ଦ୍ୱାରା କିଛି ଘଣ୍ଟା ପାଇଁ ବିଧାୟକ ଶ୍ରୀ ଖିଲ ଙ୍କ ଗାଡିର ଉଭୟ ପାର୍ଶ୍ୱରେ ଶତାଧିକ ଗାଡି ମୋଟର ଅଟକି ରହିଥିବା ଦେଖିବାକୁ ମିଳିଥିଲା।

ad-week
Leave A Reply

Your email address will not be published.