ପ୍ରେସ ମିଟରେ ଦୁଇ ବର୍ଷର ବିକାଶ ଗାଥା ଶୁଣାଇଲେ ମନ୍ତ୍ରୀ

add-all

କୋରାପୁଟ : ଓଡ଼ିଶା ସରକାରଙ୍କ ସଫଳ ଦୁଇ ବର୍ଷ ପୂର୍ତ୍ତି ଅବସରରେ କୋରାପୁଟ ସର୍କିଟ୍ ହାଉସ୍‌ଠାରେ ଏକ ସାମ୍ବାଦିକ ସମ୍ମିଳନୀ ବା ପ୍ରେସ ମିଟ୍ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଏମଏସଏମଇ ବିଭାଗର ରାଷ୍ଟ୍ରମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ଗତ ଦୁଇ ବର୍ଷ ମଧ୍ୟରେ କୋରାପୁଟ ଜିଲ୍ଲାରେ ହୋଇଥିବା ବ୍ୟାପକ ପ୍ରଗତି ଓ ବିକାଶର ସଫଳ ଗାଥା ଉପସ୍ଥାପନ କରିଛନ୍ତି। ସଡ଼କ ଯୋଗାଯୋଗର ଉନ୍ନତିଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ଜୀବିକା ସୃଷ୍ଟି ଭଳି ପ୍ରତିଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ କୋରାପୁଟ ଜିଲ୍ଲା କିଭଳି ଏକ ନୂଆ ଉଚ୍ଚତା ଛୁଇଁପାରିଛି, ସେ ସମ୍ପର୍କରେ ମନ୍ତ୍ରୀ ବିସ୍ତୃତ ଆଲୋକପାତ କରିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ରଘୁରାମ ମାଛ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଏବଂ କୋଟପାଡ଼ ବିଧାୟକ ରୁପୁ ଭତ୍ରା ଉପସ୍ଥିତ ରହି ସରକାରଙ୍କ ଜନକଲ୍ୟାଣକାରୀ ଆଭିମୁଖ୍ୟ ବିଷୟରେ ଆଲୋଚନା କରିଥିଲେ। ଏଥିସହ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଏବଂ ସ୍ୱତନ୍ତ୍ର ଉନ୍ନୟନ ପରିଷଦ (SDC) ଅଧ୍ୟକ୍ଷ ଭଗବାନ ମୁଦୁଲିଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ। ସରକାରଙ୍କ ପ୍ରଗତିଶୀଳ ଯୋଜନାଗୁଡ଼ିକ ଯେ ଜିଲ୍ଲାର ପ୍ରତିଟି ଅଭାବୀ ପରିବାର ପାଖରେ ସଫଳତାର ସହ ପହଞ୍ଚିପାରୁଛି, ତାହା ଏହି ସମ୍ମିଳନୀରେ ପ୍ରକାଶ କରାଯାଇଛି।

ad-week
Leave A Reply

Your email address will not be published.