ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଯୋଗଦାନ

add-all

ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ମତଦାତା ଗଣନା ଫର୍ମର ଶତ ପ୍ରତିଶତ ଡିଜିଟାଇଜେସନ୍ ଯୋଗୁଁ 127 ଭାଗର ବି.ଏଲ୍.ଓ ରମେଶ ମଲ୍ଲିକ ଜିଲ୍ଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ
ବ୍ରହ୍ମପୁର : ଆଜି ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ନେଇ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ବନ୍ଧିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଏଡିଏମ୍ ଦେବଦତ୍ତ ପଣ୍ଡା, ଡେପୁଟି କଲେକ୍ଟର ଅରୁଣ କୁମାର ଖଣ୍ଡା, ଅଲେଖ ରଞ୍ଜନ ମହାକୁଡ଼ ଏବଂ ବ୍ରହ୍ମପୁର ତହସିଲଦାର ରାକେଶ କୁମାର ପରିଡ଼ା ଯୋଗ ଦେଇ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ l ଏଡିଏମ୍ ମହାଶୟ ଉପସ୍ଥିତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଦ୍ୱାରା ଉତ୍ଥାପିତ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ l ଭାରତ ନିର୍ବାଚନ ଆୟୁକ୍ତଙ୍କ ନିର୍ଦ୍ଦେଶ ତଥା ଅନୁମୋଦନ କ୍ରମେ ପ୍ରତ୍ୟେକ ବୁଥ୍ ରେ ୧୨୦୦ ଭୋଟରଙ୍କୁ ସୀମିତ ରଖିବା ସଂପର୍କରେ ସୂଚ଼ନା ଦେଇଥିଲେ l ୧୨୦୦ ରୁ ଅଧିକ ଥିବା ଭୋଟରଙ୍କୁ ଡୋନର ବୁଥ୍ ମାଧ୍ୟମରେ ଆଡ଼ଜଷ୍ଟ କରିବା ବିଷୟରେ ସେ ଉଲ୍ଲେଖ କରିଥିଲେ l ଏଥିନିମନ୍ତେ ବୁଥ୍ ଗୁଡିକର ପୁର୍ନଗଠନ ସହ ନୂତନ ବୁଥ୍ ମାଧ୍ୟମରେ ବଳକା ମତଦାତାଙ୍କୁ ସାମିଲ୍ କରାଯିବାର ବ୍ୟବସ୍ଥା ସଂପର୍କରେ ମଧ୍ୟ ସେ ଉପସ୍ଥିତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଅବଗତ କରାଇଥିଲେ l ନୂତନ ଡ୍ରାଫ୍ଟ ଇଲେକ୍ଟୋରାଲ୍ ରୋଲ୍ ପ୍ରକାଶ ପରେ ଭୋଟରମାନଙ୍କ ଅବସ୍ଥିତି ସଂପର୍କରେ ଜାଣିବା ସହଜ ହୋଇପାରିବ ଏବଂ ଯଦି କୌଣସି ଭୋଟର ବାଦ ପଡିଥିବାର ଜଣାପଡେ ତେବେ ସଂପୃକ୍ତ ବିଏଲ୍ଓଙ୍କ ସହିତ ସେମାନେ ଯୋଗାଯୋଗ କରି ନିଜକୁ ତାଲିକାରେ ଅନ୍ତର୍ଭୁକ୍ତ କରିପାରିବେ ବୋଲି ସେ ସୂଚ଼ନା ଦେଇଥିଲେ l ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ବୁଥ୍ ଲେଭଲ୍ ଏଜେଣ୍ଟ ନିଯୁକ୍ତି କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ l ଯେଉଁ ଭୋଟର ମୃତ ଅବା ସ୍ଥାୟୀ ଭାବେ ସ୍ଥାନାନ୍ତରିତ ସେମାନଙ୍କୁ ଉଭୟ ବିଏଲ୍ଓ ଏବଂ ବିଏଲ୍ଏ (ବୁଥ୍ ଲେଭଲ୍ ଏଜେଣ୍ଟ) ଙ୍କ ଦସ୍ତଖତ କ୍ରମେ ବାଦ୍ ଦେବାକୁ ସୂଚ଼ନା ମଧ୍ୟ ପ୍ରଦାନ କରିଥିଲେ l
ଉକ୍ତ ସମ୍ମିଳନୀ ପୂର୍ବରୁ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଏବଂ ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର ପରିସରସ୍ଥ ଇଭିଏମ୍ ଗୋଦାମ ପରିଦର୍ଶନ କରିଥିଲେ l ଏଥି ସହିତ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ମତଦାତା ଗଣନା ଫର୍ମର ଶତ ପ୍ରତିଶତ ଡିଜିଟାଇଜେସନ କରିଥିବା ୧୨୭ ଭାଗର ବିଏଲ୍ଓ ରମେଶ ମଲ୍ଲିକଙ୍କୁ ଉତ୍ତରୀୟ ଏବଂ ପ୍ରଶସ୍ତି ସୂଚ଼କ ମାନପତ୍ର ପ୍ରଦାନ କରି ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ l 133-ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଇ.ଆର୍.ଓ ଶ୍ରୀ ମଲ୍ଲିକଙ୍କ ଏତାଦୃଶ ସଫଳତାରେ ତାଙ୍କର ନିଷ୍ଠାପର ଉଦ୍ୟମ, ଉତ୍ସର୍ଗୀକୃତ ମନୋଭାବ, ପ୍ରତିବଦ୍ଧତା ତଥା କଠିନ ପରିଶ୍ରମର ଭୂୟସୀ ପ୍ରଶଂସା କରିଥିଲେ l

ad-week
Leave A Reply

Your email address will not be published.