ମା ବାଳକୁମାରି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ-ମହୁରୀ ଟିମ ବିଜୟୀ

add-all


ଚିକିଟି : ଚିକିଟି ପେଣ୍ଠ ସ୍ପୋର୍ଟିଂ କ୍ରିକେଟ କ୍ଲବ ସହଯୋଗ ରେ ମା ବାଳକୁମାରି କ୍ରିକେଟ ଟୁର୍ଣ୍ଣାମେଣ୍ଟ 32 ଟିମ କୁ ନେଇ ଆୟୋଜିତ ହୋଇ ରବିବାର ଉଦଯାପିତ ହୋଇଯାଇଛି।ଦିବଙ୍ଗତ କ୍ରିକେଟର ଏମ. ନାଗରାଜୁ ଙ୍କ ସ୍ମୁତି ଉଦ୍ଦେଶ୍ୟ ରେ ଆୟୋଜିତ ଏହି ଖେଳ ରେ ମହୁରୀ କାଳୁଆ ଟିମ ବିଜୟୀ ହୋଇଛି।କୋଳଥିଆ ଓ ମହୁରୀ କାଳୁଆ ଦଳ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇ କୋଳଥିଆ ଦଳ ଟସ ଜିଣି 15 ଓଭର ରେ 106 ରନ କରିଥିବା ବେଳେ ମହୁରୀ କାଳିଆ ଟିମ 13 ଓଭର ରେ ଆବଶ୍ୟକ ରନ ସଂଗ୍ରହ କରି ବିଜୟୀ ହୋଇଛନ୍ତି। ମୁଖ୍ୟ ଅତିଥି ରୂପେ ଏସ ଡି ପି ଓ କୃଷ୍ଣ ଚନ୍ଦ୍ର ବାତ୍ରା ଯୋଗ ଦେଇ ଖେଳାଳି ଙ୍କୁ ପୁରସ୍କୃତ କରିଥିବା ବେଳେ ସ୍ପୋର୍ଟିଂ କ୍ରିକେଟ କ୍ଲବ ସଭାପତି ଧରମା ସାହୁ, ସମ୍ପାଦକ ସୁନୀଲ ସୁବୁଦ୍ଧି,ଡାକ୍ତର ପ୍ରଭୁ ପ୍ରସାଦ ପଣ୍ଡା, ସମାଜ ସେବୀ ରଘୁନନ୍ଦନ ସାହୁ, ଅଗ୍ନିଶମ ଅଧିକାରୀ ଜଗଦୀଶ ପ୍ରସାଦ, ବ୍ୟବସାୟୀ କିଷାନ ସୁବୁଦ୍ଧି,ବ୍ୟବସାୟୀ ଦେବାଶିଷ ବ୍ରହ୍ମା, ପ୍ରମୁଖ ଉପସ୍ଥିତ ରହି ଉତ୍ସାହିତ କରିଥିଲେ।ବିଜୟୀ ଦଳକୁ 25 ହଜାର ଏବଂ ରନର ଦଳକୁ 17 ହଜାର ଟଙ୍କା ଆର୍ଥିକ ରାଶି ସହ ଟ୍ରଫି ପ୍ରଦାନ କରାଗଲା ଆୟୋଜକ ଙ୍କ ତରଫରୁ। ଖେଳ କୁ ବିଜୟ ବିଷୋୟୀ ଓ ସନ୍ତୋଷ ସାହୁ ପରିଚାଳନା କରିବା ବେଳେ ମେନ ଅଫ ଡି ମେଚ ନୀଳାଚଳ ଗୌଡ଼ ଓ ସିରିଜ ଭାବେ ପ୍ରସାଦ ଭାଇ ପୁରସ୍କୃତ ହୋଇଛନ୍ତି।ଖେଳ କୁ ପୃଥିବୀ ସାହୁ, ନୀଳାଚଳ ସାହୁ, ନୀଳାଚଳ ବେହେରା, ସଂଜୟ ସୁବୁଦ୍ଧି ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.