ସାମ୍ବାଦିକଙ୍କ ପ୍ରତି ସରପଞ୍ଚଙ୍କ ଅପମାନଜନକ ମନ୍ତବ୍ୟକୁ ନେଇ ଅସନ୍ତୋଷ

add-all

ରାଜ ସୁନାଖଳା : ଜଣେ ସାମ୍ବାଦିକଙ୍କ ସହ ସାର୍ବଜନୀନ ସ୍ଥାନରେ ଅସମ୍ମାନଜନକ ବ୍ୟବହାର ଏବଂ ଅପମାନଜନକ ମନ୍ତବ୍ୟକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ସୂଚନା ଅନୁଯାୟୀ, ଏକ ସାଧାରଣ ଆଲୋଚନା ସମୟରେ ରାଜସୁନାଖଳା ପଞ୍ଚାୟତ ସରପଞ୍ଚ ସାମ୍ବାଦିକ ମାନଙ୍କୁ ଉଦ୍ଦେଶ୍ୟ ମୂଳକ ଭାବେ ଅପମାନଜନକ ଶବ୍ଦ ପ୍ରୟୋଗ କରିଥିବା ସହିତ ସମସ୍ତ ସାମ୍ୱାଦିକ ମାନଙ୍କୁ ଦର୍ଶାଉଥିବା ଭଳି ଅସଭ୍ୟ ଭାଷା ପ୍ରୟଗ କରିଛନ୍ତି । ଘଟଣାଟି ଜନସାଧାରଣଙ୍କ ଉପସ୍ଥିତିରେ ଘଟିଥିବାରୁ ଏହାକୁ ନେଇ ସାମ୍ବାଦିକ ମହଲ ଓ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସାମ୍ବାଦିକମାନେ ଜନ ସାଧାରଣଙ୍କ ସମସ୍ୟା ଏବଂ ସରକାରୀ ବ୍ୟବସ୍ଥାର ତୃଟିକୁ ଲୋକଙ୍କ ସାମ୍ନାକୁ ଆଣିବାର କାମ କରିଥାନ୍ତି। ଏପରି ସ୍ଥିତିରେ ଜନପ୍ରତିନିଧିଙ୍କ ପକ୍ଷରୁ ସାମ୍ବାଦିକଙ୍କ ପ୍ରତି ଅସମ୍ମାନଜନକ ଭାଷା ପ୍ରୟୋଗ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ପ୍ରତି ଅସମ୍ମାନ ବୋଲି ଅନେକେ ମତ ପ୍ରକାଶ କରିଛନ୍ତି। ସାର୍ବଜନୀନ ଜୀବନରେ ଥିବା ବ୍ୟକ୍ତିମାନେ ସାମ୍ବାଦିକଙ୍କ ସହ ସମ୍ମାନଜନକ ଭାବରେ ବ୍ୟବହାର କରିବା ଆବଶ୍ୟକ ବୋଲି ବିଭିନ୍ନ ସାମ୍ବାଦିକ ସଂଗଠନ ମଧ୍ୟ ପୂର୍ବରୁ ମତ ଦେଇଆସିଛନ୍ତି।ଘଟଣାକୁ ନେଇ ସ୍ଥାନୀୟ ସାମ୍ବାଦିକ ମହଲରେ ଅସନ୍ତୋଷ ଦେଖାଦେଇଛି ।ସାମ୍ବାଦିକମାନେ କୌଣସି ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ନୁହେଁ, ବରଂ ଜନସ୍ୱାର୍ଥରେ ପ୍ରଶ୍ନ ଉଠାଇଥାନ୍ତି। ତେଣୁ ସେମାନଙ୍କ ପ୍ରତି ଅସମ୍ମାନଜନକ ଆଚରଣ ଗଣତାନ୍ତ୍ରିକ ମୂଲ୍ୟବୋଧ ପାଇଁ ଶୁଭ ସଙ୍କେତ ନୁହେଁ ବୋଲି ମତ ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.