ଟ୍ରାକ୍ଟର ଚଢାଇ ହତ୍ୟା ଉଦ୍ୟମ : ନୟାଗଡ଼ ଡାକ୍ତରଖାନାରେ ଯୁବକ ଗୁରୁତର

add-all

ନୟାଗଡ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୁରୁମ ବାଙ୍କତରା ଗ୍ରାମ ବଡସାହିର ସୌମ୍ୟରଞ୍ଜନ ସାହୁ ପାଣ୍ଡେରିପଡ଼ା ପଞ୍ଚାୟତ ଭାଲିଆଡିହି ଗ୍ରାମକୁ ଯାଇଥିବା ବେଳେ ସେହି ଗ୍ରାମର ପ୍ରସନ୍ନ ପ୍ରଧାନଙ୍କ ପୁଅ ଆଲୋକ ପ୍ରଧାନ ଓଡି ୨୫ ଆର ୫୭୯୬ ଟ୍ରାକ୍ଟରକୁ ବେପରୁଆ ଭାବରେ ଦୃତ ଗତିରେ ଆଣି ସୌମ୍ୟରଞ୍ଜନ ସାହୁଙ୍କ ଉପରେ ସାମ୍ନା ପଟୁ ଟ୍ରାକ୍ଟର ଚଢାଇ ଦୃତ ଗତିରେ ପାଣ୍ଡେରିପଡ଼ା ରାସ୍ତା ଆଡ଼କୁ ଚାଲିଗଲା ।

ଚେତାଶୂନ୍ୟ ଅବସ୍ଥାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସୌମ୍ୟକୁ ଗ୍ରାମ ଲୋକଙ୍କ ସହାୟତାରେ ଓଡ଼ଗାଁ ଡ଼ାକ୍ତରଖାନାକୁ ଅଣାଯାଇଥିଲା ।ସୌମ୍ୟଙ୍କ ଅଣ୍ଟା ଏବଂ ଜଙ୍ଘ ହାଡ଼ ଭାଙ୍ଗି ଯାଇଥିବାରୁ ତାଙ୍କୁ ତୁରନ୍ତ ନୟାଗଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।ଏହାକୁ ନେଇ ସୌମ୍ୟ ର ସାନଭାଇ ବିଶ୍ଵ ରଞ୍ଜନ ସାହୁ ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ସୂଚନା ଅନୁଯାୟୀ କୁରୁମ ବାଙ୍କତରା ଗ୍ରାମର କିଛି ମହିଳା ପ୍ରତିଦିନ ଚାଲିବାକୁ ଭାଲିଆଡିହି ପର୍ଯ୍ୟନ୍ତ ଆସି ପୁଣି ଫେରୁଥିବା ବେଳେ କିଛି ଯୁବକ ସେମାନଙ୍କୁ କମେଣ୍ଟ କରିଥିଲେ ।ଏହାକୁ ନେଇ ଉପୁଜିଥିବା ବିବାଦର ସମାଧାନ ପାଇଁ ଆଲୋଚନା ନିମନ୍ତେ ଭାଲିଆଡିହି ପକ୍ଷର ଡାକରାରେ ବାଙ୍କତରାରୁ ୫-୭ ଜଣ ଯୁବକ ଭାଲିଆଡିହି ଗ୍ରାମରେ ପହଂଚିଥିଲେ ।କିଛି ସମୟ ମଧ୍ୟରେ ଆଲୋକ ପ୍ରଧାନ ପୂର୍ବ କମେଣ୍ଟ୍ ମାରିବା ଘଟଣାକୁ ନେଇ ଜାଣିଶୁଣି ଟ୍ରାକ୍ଟର ଚଢାଇ ଦେଇଥିବା ନେଇ ବିଶ୍ବରଂଜନ ସାହୁ ଅଭିଯୋଗ କରିଛନ୍ତି।ପୋଲିସର ଅନୁସନ୍ଧାନ ପରେ ଘଟଣାର ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଜଣାପଡିଛି।

ad-week
Leave A Reply

Your email address will not be published.