ଚୋରା ସୁନା କାରବାର ର ସମ୍ରାଟଙ୍କ ଉପରେ ଇଡ଼ି ଓ ପୋଲିସ ର ଚଢ଼ାଉ କେବେ…..?

add-all


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବଜାର ସାହିର ଚୋରା ସୁନା କାରବାର କରୁଥିବା ସମ୍ରାଟ ବା ମନ୍ତ୍ରୀ ଆଖ୍ୟା ପାଇଥିବା ବ୍ୟକ୍ତିଙ୍କ ଉପରେ ଇଡ଼ି ଓ ଆଇଟି ବିଭାଗ ପକ୍ଷରୁ ଚଢ଼ାଉ କେବେ ହେବ ହେବ..?। ପୂର୍ବରୁ ଆସିକା ବଜାର ସାହିରେ ବହୁ ସୁନା ଦୋକାନ ରହିଥିଲା। ବର୍ତ୍ତମାନ କିଛି ହାତ ଗଣତି ସୁନା ବ୍ୟବସାୟୀଙ୍କ ଦୋକାନ ରହିଛି। ସେଥି ମଧ୍ୟରୁ ମନ୍ତ୍ରୀ ଙ୍କ ଆଖ୍ୟା ପାଇଥିବା ବ୍ୟକ୍ତି ଛୋଟ ଛୋଟ ବ୍ୟବସାୟୀ ମାନଙ୍କୁ ଢାଲ କରି ଚୋରା ସୁନା ଶାଗମାଛ ଦରରେ କ୍ରୟ କରୁଥିବା ଚର୍ଚ୍ଚା ଏବେ ଜୋର ଧରିଛି। ମନ୍ତ୍ରୀଙ୍କ ଆଖ୍ୟା ପାଇଥିବା ବ୍ୟକ୍ତିଙ୍କ ଲକ୍ଷ୍ମୀ ବଜାର ସମେତ ଆସିକା ବଜାର ସାହିରେ ବଡ଼ ବଡ଼ ଅଟାଳିକା ରହିଛି। ମନ୍ତ୍ରୀଙ୍କ କଳା କାରନାମା ଭିତରେ ତାଙ୍କର ବ୍ୟବସାୟ ପ୍ରତିଷ୍ଠାନର ଜିଏସଟି ନମ୍ବର ଧର୍ମକୁ ଆଖି ଠାର ଭଳି ରହିଛି। କ୍ରୟ କରୁଥିବା ଗୋଟିଏ ବିଲରେ ବାବୁ ଚାରି ପାଞ୍ଚ ଥର ବିକ୍ରୟ ଦର୍ଶାଇ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ର ଟ୍ୟାକ୍ସ ଠକେଇ କରିବାର ବଡ଼ ଉସ୍ତାଦ ବୋଲି ମନ୍ତ୍ରୀ ମହାଶୟଙ୍କ ନାଁ ରେ ଚର୍ଚ୍ଚା ହୁଏ। ବଜାର ସାହି ରେ ଥିବା ଚୋରା ସୁନା କାରବାର କରୁଥିବା ବ୍ୟକ୍ତି ବିଶେଷ ଙ୍କ ଉପରେ ଇଡ଼ି ଆଇଟି ର ଚଢ଼ାଉ କେବେ ହେବ ହେବ ବୋଲି ଚର୍ଚ୍ଚା ହେଉଛି ….? ଚୋର ଵି ଚୋରୀ କରି ସୁନା ବିକ୍ରୀ କରୁଥିବା ନଜିର ରହିଛି l ପୋଲିସ ମଧ୍ୟ କୌଣସି ଆଖି ଦୃଶିୟା ପଦକ୍ଷେପ ନେଇ ନାହିଁ l ଯିଏସଟି, ଆଇ ଟି ଫାଙ୍କିବାରେ ବାବୁ କୁଆଡେ ମାହିର l ଚଢ଼ାଉ ହେଲେ ଅନେକ କିଛି ଗୁମର ଖୋଲିବାର ଆଶା ରହିଛି l

ad-week
Leave A Reply

Your email address will not be published.