ମାଲକାନଗିରି ସୁନା ଦୋକାନରୁ ଲୁଟ୍ ଘଟଣା : ଦୀର୍ଘ ୫ ବର୍ଷ ପରେ କନ୍ୟାକୁମାରୀରୁ ଦୁଇ ଚୋର ଗିରଫ, ଦୁଇଶହ ଗ୍ରାମ ସୁନା ବିସ୍କୁଟ ଜବତ

add-all

ମାଲକାନଗରି : ମାଲକାନଗରି ନିଶା ଯୁକ୍ତ ମିଠା ଖୁଆଇ ମାଲକାନଗିରି ରେ ଏକ ସୁନା ଦୋକାନ ରୁ ଗତ ୫ବର୍ଷ ତଳେ ଚୋରି ହୋଇଥିବା ସୁନା ଓ ଦୁଇ ଚୋର ଙ୍କୁ ଦୀର୍ଘ ୫ ବର୍ଷ ପରେ କେରଳ ରାଜ୍ୟ କନ୍ୟାକୁମାରୀ ରୁ ଗିରଫ କରିଛି ମାଲକାନଗିରି ପୋଲିସ । ସେମାନଙ୍କ ନିକଟରୁ ଦୁଇଶହ ଗ୍ରାମ ସୁନା ବିସ୍କୁଟ ,ଦୁଇଟି ପିସ୍ତଲ, ମଟର ସାଇକେଲ ଜବତ କରାଯାଇଥିବାର ମାଲକାନଗିରି ଏସପି ବିନୋଦ ପାଟିଲ ଆଜି ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି। ମାଲକାନଗିରି ସହରର ପ୍ରସାଦ ଜୁୟେଲର୍ସର ମାଲିକ ସୁବାଷ ପାଟିଲଙ୍କୁ ପୂଜା ଭୋଗ କହି ନିଶା ଯୁକ୍ତ ମିଠା ଖୁଆଇ ତାଙ୍କ ସୁନା ଦୋକାନ ରୁ ୭୦୦ ଗ୍ରାମ ସୁନା ଗହଣା ଲୁଟି ନେଇଥିଲେ ।

ଦୀର୍ଘ ପାଞ୍ଚ ବର୍ଷ ଧରି ପୋଲିସର ତଦନ୍ତ ଜାରି ରହିଥିବା ବେଳେ ଶେଷରେ ମାଲକାନଗିରି ଆଦର୍ଶ ଥାନା ପୋଲିସ ହାତରେ ଧରା ପଡିଲେ ଆନ୍ଧ୍ର ପ୍ରଦେଶ ଗୁଣ୍ଟୁର ଜିଲ୍ଲାର ମଦାସୁ ଜନ ପଲ୍ ଓରଫ ଜଗଦିଶ ଓ ଇନ୍ତୁରି ଓରୁଣା ଓରଫ ଅର୍ଚ୍ଚନା । କନ୍ୟାକୁମାରୀରୁ ଏହି ଦୁଇ ଗିରଫ ହୋଇଥିବା ବେଳେ ଏହି ପୁରୁଷ ଓ ମହିଳା ଅଭିଯୁକ୍ତଙ୍କ ଠାରୁ ପୋଲିସ ଦୁଇ ଶହ ଗ୍ରାମ ମେଲଟେଡ ସୁନା ବିସ୍କୁଟ , ଦୁଇଟି ପିସ୍ତଲ, ନଅଟି ଟି ଅଫୁଟା ଗୁଳି, ଦୁଇଟି ସୁନା ତରଳା ମେସିନ, ଗୋଟିଏ ଲାପଟପ ଓ ଗୋଟିଏ ମୋଟର ସାଇକେଲ ଜବତ କରିଛନ୍ତି, ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀ ରେ ଏସପି ଶ୍ରୀ ପାଟିଲ ସୂଚନା ଦେଇଛନ୍ତି. ଏହି ସାମ୍ବାଦିକ ସମ୍ମିଳନୀ ରେ ଏସଡିପିଓ ଦିବ୍ୟ ରଞ୍ଜନ ଦଳେଇ, ମାଲକାନଗିରି ଥାନା ଆଇଆଇସି ରୀଗାନ କିଣ୍ଡୋ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.