ଜନଶୁଣାଣୀ ଶିବିର ଅନୁଷ୍ଠିତ

add-all

ନୟାଗଡ଼ (ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ପଞ୍ଚାୟତ ସମିତି ସଭାଗୃହରେ ବ୍ଲକ ଉନ୍ନୟନ ଅଧିକାରୀ ମନୋଜ ନାୟକଙ୍କ ଆବାହକତ୍ୱରେ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁମିତା ରଥ, ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର , ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର , ତହସିଲଦାର ରଣପୁର ଆର୍ଯ୍ୟ କୁମାର ସର୍ବଦମନ ଓ ବ୍ଲକ ଚେୟାରମ୍ୟାନ ନିର୍ମଳା ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ ଜନ ଶୁଣାଣୀ ଶିବିରରେ ୨୧୩ ଗୋଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥି ମଧ୍ୟରୁ ୨୦୦ ଗୋଟି ବ୍ୟକ୍ତିଗତ ମାମଲା ରହି ଥିବା ବେଳେ ୬ ଗୋଟି ଗ୍ରାମ୍ୟ ବିବାଦ ରହିଥିଲା । ମୁଖ୍ୟ ରିଲିଫ ଫଣ୍ଡର ୫ ଗୋଟି ଓ ୨ ଗୋଟି ରେଡ କ୍ରସ ମାମଲା ରହିଥିଲା । ତେବେ ୬୬ଗୋଟି ମାମଲାର ତ୍ଵରିତ ସମାଧାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଡିଓଙ୍କ ସମେତ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.