ଅଷ୍ଟମ ଶ୍ରେଣୀ ବହିରେ ‘ନିମ୍ବୋଡ଼ା ନିମ୍ବୋଡ଼ା’ ଗୀତ, ପିଲାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ

add-all

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କୁ ତ୍ରୁଟିପୂର୍ଣ୍ଣ ବହି ବଣ୍ଟାଯିବା ପରେ ସାରା ରାଜ୍ୟ ସହ ଦେଶରେ ମଧ୍ୟ ଓଡିଶା ସରକାରଙ୍କ ଛବି ଖରାପ ହେବାରେ ଲାଗିଛି। ଏହା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ରାଜ୍ୟର ସରକାରୀ ସ୍କୁଲର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ନୂଆ ପାଠ୍ୟ ପୁସ୍ତକରେ ୧୬୭୮ଟି ଭୁଲ ରହିଛି। ଏହାରି ଭିତରେ ଅଷ୍ଟମ ଶ୍ରେଣୀର ବହିର ଏକ ଅଧ୍ୟାୟରେ ‘ନିମ୍ବୋଡ଼ା ନିମ୍ବୋଡ଼ା’ ଗୀତ ରହିଛି। ଯାହାକୁ ନେଇ ସାମାଜିକ ଗଣମାଧ୍ୟମରେ ଭାରି ଭାଇରାଲ୍ ହେଉଛି। ଏହାକୁ ନେଇ ଅନେକ ମିମ୍ ମଧ୍ୟ ତିଆରି କରାଯାଇଛି।

ଅଧ୍ୟାୟର ନାଁ ହେଲା ମୋ ସଙ୍ଗୀତର ଜଗତ। ଏଠାରେ ଗୋଟିଏ ରାଜସ୍ଥାନୀ ସଙ୍ଗୀତ, ଯାହା ଗୋଟିଏ ବଲିଉଡ଼ ଫିଲ୍ମରୁ ଆସିଛି ଏବଂ ସେଇ ଗୀତଟି ହେଲା “ନିମ୍ବୋଡା ନିମ୍ବୋଡା ନିମ୍ବୋଡା” । ଏହାକୁ ଅନେକ ଲୋକ ନାପସନ୍ଦ ମଧ୍ୟ କରୁଛନ୍ତି। ପିଲାମାନେ କ’ଣ ବଲିଉଡ଼ ଗୀତ ପଢ଼ିବେ ବୋଲି ମିମ୍ ମଧ୍ୟ କରାଯାଉଛି। ତେବେ ଏହି ଗୀତଟି କାହିଁକି ବହିରେ ଅଛି ସେ ନେଇ ଅନେକଙ୍କ ମଧ୍ୟରେ ପ୍ରଶ୍ନ ଉଠୁଛି। ଲୋକେ ସମାଲୋଚନା କରୁଛନ୍ତି। ପିଲାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟୀ ହୋଇଛି।

ଅନ୍ୟପଟେ କିଛି ଲୋକଙ୍କର ମତ ରହିଛି ଯେ, ଏହି ଅଧ୍ୟାୟରେ ପାରମ୍ପରିକ ଗୀତକୁ କିପରି ଆଧୁନିକ ବାଦ୍ୟଯନ୍ତ୍ର, ସଂଯୋଜନା ସାହାଯ୍ୟରେ ଆହୁରି ଚିତ୍ତାକର୍ଷକ କରାଯାଇପାରୁଛି, ତା’ର ଉଦାହରଣ ଦିଆଯାଇଛି। ପ୍ରଥମଟି ରାଜସ୍ଥାନୀ ସଙ୍ଗୀତ ଏବଂ ଦ୍ଵିତୀୟଟି କାଶ୍ମିରୀ ସଙ୍ଗୀତ। ଦୁଇଟିଯାକ ସଙ୍ଗୀତ ଉଭୟ ପାରମ୍ପରିକ ଶୈଳୀ ଏବଂ ଆଧୁନିକ ଶୈଳୀରେ ଗାନ କରାଯାଇଛି। ସେ ଯାହାବି ହେଉ ଏହି ବିଷୟଟି ସୋସିଆଲ ମିଡିଆଠାରୁ ଆରମ୍ଭ କରି ସବୁଠି ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଓଡ଼ିଶାରେ ‘ନିମ୍ବୋଡା’ ଏବେ ବିବାଦୀୟ ପ୍ରସଙ୍ଗ ଏବଂ ଚର୍ଚ୍ଚିତ ଶବ୍ଦ ପାଲଟିଛି।

ନୂଆ ପାଠ୍ୟ ପୁସ୍ତକରେ ଭୁଲ୍ ପ୍ରସଙ୍ଗ ଉପରେ ଆଜି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ସବୁ ସ୍କୁଲ୍‌କୁ ଦିଆଯିବ ସଂଶୋଧିତ ବହି। ସଂଶୋଧିତ କପି ଆଧାରରେ ପାଠ ପଢ଼ିବେ ଛାତ୍ରଛାତ୍ରୀ । ଏବେ ସମସ୍ତ ବହିକୁ ପ୍ରତ୍ୟାହାର କରି ନୂଆ ବହି ଦେବା ସମ୍ଭବ ନୁହେଁ । ତେଣୁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ଦିଆଯିବ ସଂଶୋଧିତ ବହି । କମିଟି ଯେଉଁ ୧୪ଟି ପଏଣ୍ଟ ଦେଇଛି ସେ ଆଧାରରେ ସଂଶୋଧନ କରାଯିବ ଏବଂ ପିଲାଙ୍କୁ ପାଠ ପଢ଼ାଯିବ । ତଦନ୍ତ ରିପୋର୍ଟ ଅନୁସାରେ ଆଗକୁ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

ad-week
Leave A Reply

Your email address will not be published.