ଅବସର କାଳୀନ ସମ୍ବର୍ଦ୍ଧନା ସଭା

add-all

ମାଲକାନଗିରି : ବୁଧବାର ଦିନ ମାଲକାନଗିରି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ଗୋଷ୍ଠୀ ଶିକ୍ଷାଧିକାରୀଣି ଶ୍ରୀମତୀ ମମତା ସଏଙ୍କ ଅଧ୍ୟକ୍ଷତାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ମାଝୀଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ପାଣିଗ୍ରାହୀ ମୁଖ୍ୟ ବକ୍ତା ଭାବେ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଭାଗିରଥି ବେହେରା ସମ୍ମାନିତ ଅତିଥି ଭାବେ, କାଲିମେଳା, ପଡିଆ, କୋରୁକୋଣ୍ଡା ବ୍ଲକର ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ରମେଶ ଵାରୋଇ, ଶ୍ରୀ ସ୍ଵପ୍ନେଶ୍ୱର ନାୟକ,ଶ୍ରୀଯୁକ୍ତ ଅସିତ ମିସ୍ତ୍ରୀ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘର ସଭାପତି ଶ୍ରୀଯୁକ୍ତ ତାରକ ମଣ୍ଡଳ, ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ଶ୍ରୀଯୁକ୍ତ ରାମ ପ୍ରସାଦ ପାଢ଼ୀ, ଏବଂ ବିଭିନ୍ନ ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ, ଶ୍ରୀଯୁକ୍ତ ଅରୁଣ ରାୟ,ସଂଜିତ ବିଶ୍ୱାସ, ଓ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀଯୁକ୍ତ ଜଗନ୍ନାଥ ପ୍ରସାଦ ବେହେରା ପ୍ରମୁଖ ଉପସ୍ଥିତ ହୋଇ ଶ୍ରୀଯୁକ୍ତ ମାଝୀଙ୍କର ଶିକ୍ଷା ବିଭାଗରେ 40 ବର୍ଷ କାର୍ଯ୍ୟକାଳ ସମ୍ବନ୍ଧରେ ବ୍ୟାଖ୍ୟା କରିଥିଲେ।ଜିଲ୍ଲା ଶିକ୍ଷାଧିକାରୀ ତାଙ୍କର ବକ୍ତବ୍ୟରେ ଶ୍ରୀଯୁକ୍ତ ମାଝୀଙ୍କର ନୀତି ଓ ଆଦର୍ଶ ଗୁଡିକର ଭୂରି ପ୍ରଶଂସା କରିଥିଲେl ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଗୌରାଙ୍ଗ ସଜ୍ଜନ୍ ସଭାଟିକୁ ପରିଚାଳନା କରିଥିଲେ।ଗୋଷ୍ଠୀ ଶିକ୍ଷା ଅଧିକାରୀ,ମାଲକାନଗିରିଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ତଥା ମାଲକାନଗିରି ବ୍ଳକର ସମସ୍ତ ସି.ଆର୍‌.ସି.ସି. ଉପସ୍ଥିତ ହୋଇ ଶ୍ରୀ ମାଝୀଙ୍କର ଆଗାମି ଜୀବନ ସୁଖମୟ ଓ ଶାନ୍ତିମୟ ହେଉ ବୋଲି ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ସି.ଆର.ସି.ସି ସରୋଜ କୁମାର ସାହୁ, ମାନସ ରଞ୍ଜନ ମହାପାତ୍ର, ସୂର୍ଯ୍ୟକାନ୍ତ ଘଡାଇ, ମନିଷା ଦାସ,ଚିନ୍ମୟୀ ପଣ୍ଡା, ଦନାର୍ଦନ ତାଣ୍ଡି, ଜିତେନ୍ଦ୍ର କୁମାର ତ୍ରିପାଠୀ, ବିକାଶ ଗୌଡ ଓ ଶିକ୍ଷକ ମନୋରଞ୍ଜନ ବେହେରା, ସପନ କୁମାର ମଣ୍ଡଲ ,ଉମେଶ ଚନ୍ଦ୍ର ସଗରିଆ, ରବିନ୍ଦ୍ର ମଣ୍ଡଲ ଓ ରଘୁରାମ ଖମାରିଙ୍କ ସହଯୋଗରେ କାର୍ଯ୍ୟଟିକୁ ସଂପାଦନ କରାଯାଇଥିଲା । ଶେଷରେ ରାଜ୍ୟ ସଂଘର ଉପ-ସଭାପତି ଶ୍ରୀ ରଞ୍ଜିତ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ସଭାର ସଭାପତି ସଭା ସାଙ୍ଗ କରିଥିଲେ ।

ad-week
Leave A Reply

Your email address will not be published.