୩୦୦ ଫୁଟ ତଳକୁ ଖସିଲା କାର୍ : ଜଣେ ମୃତ, ४ ଆହତ

add-all

କୋରାପୁଟ : ତଳ ମିଟିଙ୍ଗ ପର୍ଯ୍ୟଟନ ସ୍ଥଳ ବୁଲିବା ହେଲା କାଳ । ତିନିଶହ ଫୁଟ ତକକୁ ଖସିଲା କାର ଜଣେ ମୃତ, ଚାରି ଆହତ । କୋରାପୁଟ ଜିଲ୍ଲା କାକିରିଗୁମା ଥାନା ଅନ୍ତର୍ଗତ ଲଛମଣି ଘାଟିରେ ତିନି ଶହ ଫୁଟ ତଳକୁ ଖସିଲା କାର । ତଳ ମିଟିଙ୍ଗ ପର୍ଯ୍ୟଟନ ସ୍ଥଳକୁ ବୁଲିବାକୁ ଯାଉ ଥିବା ବେଳେ ଅଘଟଣ ।

ଦସମନ୍ତପୁର ବ୍ଲକ ଅନ୍ତର୍ଗତ ଲୁଲା ଗ୍ରାମର ଦିଲ୍ଲୀପ ବିଶୋଇ ଓ ତାଙ୍କ ପରିବାର ତଳ ମିଟିଙ୍ଗ ପର୍ଯ୍ୟଟନ ସ୍ଥଳ ବୁଲିବାକୁ ବାହାରିଥିଲେ । ପର୍ଯ୍ୟଟନ ସ୍ଥଳକୁ ପହଂଚିବା ପୂର୍ବରୁ ଲଛମଣି ଘାଟିରେ କାର ଭାରସାମ୍ୟ ହରାଇ ପାହାଡ଼ରୁ ତିନିଶହ ଫୁଟ ତଳକୁ ଖସି ପଡିଥିଲା । ଲଛମଣି ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି କାକିରିଗୁମା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ଆହତଙ୍କୁ କୋରାପୁଟ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ଆଦିତ୍ୟଙ୍କୁ ମୃତ ଘୋଷଣା କରିଛନ୍ତି ।

ad-week
Leave A Reply

Your email address will not be published.