ମାଟିର ଝିଅ ତଥା ରାଜ୍ୟର ଗର୍ବ କିରଣ ଏକ୍କାଙ୍କୁ ସମ୍ବର୍ଦ୍ଧନା

add-all

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଲିମଡ଼ା ପଞ୍ଚାୟତର ପ୍ରତିଭାବାନ ହକି ଖେଳାଳି କିରଣ ଏକ୍କାଙ୍କୁ ବୀରମିତ୍ରପୁର ବିଧାୟକ ଶ୍ରୀ ରୋହିତ ଯୋସେଫ ତିର୍କୀ ସମ୍ବର୍ଦ୍ଧିତ କରିଛନ୍ତି। କ୍ରୀଡ଼ା କ୍ଷେତ୍ରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖିଥିବା ସ୍ୱପ୍ନ ଏବେ ସାକାର ହେବାକୁ ଯାଉଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ ଯେ, ଟୋକିଓଠାରେ ଅନୁଷ୍ଠିତ ୧୮ ବର୍ଷରୁ କମ୍ (ଅଣ୍ଡର-18) ପ୍ରତିଯୋଗିତାରେ କିରଣ ବ୍ରୋଞ୍ଜ ପଦକ ହାସଲ କରି ସମଗ୍ର ରାଜ୍ୟ ତଥା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ତାଙ୍କର ପରବର୍ତ୍ତୀ ପ୍ରତିଯୋଗିତା ଓମାନରେ ଅନୁଷ୍ଠିତ ହେବାକୁ ଯାଉଛି। ତେବେ ନିଜର ଉତ୍ତମ ପ୍ରଦର୍ଶନ ପାଇଁ ସେ ବୀରମିତ୍ରପୁର ବିଧାୟକଙ୍କୁ ଏକ ଉନ୍ନତମାନର ହକି ଷ୍ଟିକ୍ ଯୋଗାଇଦେବାକୁ ଅନୁରୋଧ କରିଥିଲେ।

କିରଣଙ୍କ ଅନୁରୋଧକୁ ରକ୍ଷା କରି ବିଧାୟକ ଶ୍ରୀ ତିର୍କୀ ନିଜେ ସୁନ୍ଦରଗଡ଼ ସ୍ଥିତ ହକି ତାଲିମ କେନ୍ଦ୍ରରେ ପହଞ୍ଚି ତାଙ୍କୁ ଏକ ହକି ଷ୍ଟିକ୍ ପ୍ରଦାନ କରିଛନ୍ତି। ଏହି ଅବସରରେ ବିଧାୟକ ତାଙ୍କୁ ଉତ୍ସାହିତ କରି କହିଥିଲେ ଯେ, “ଆଜିର ଏହି ଛୋଟ ଭେଟି ଆଗାମୀ ଦିନରେ ଦେଶ, ଜିଲ୍ଲା ଏବଂ ନିର୍ବାଚନ ମଣ୍ଡଳୀର ନାମ ଉଜ୍ଜ୍ୱଳ କରିବାରେ ସହାୟକ ହେବ। ଆଜି ଏହି ହକି ଷ୍ଟିକ୍ ନେଇଛ, କାଲି ତୁମେ ଦେଶ ପାଇଁ ସୁନା ଆଣିବ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ ଅଛି। ଜୀବନରେ ଆଗେଇ ଚାଲ।”

ad-week
Leave A Reply

Your email address will not be published.