
ସୁବର୍ଣ୍ଣପୁର : ବିଚ୍ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ଅଭାବନୀୟ ଘଟଣା ଘଟିଛି। ଗୁରୁତର ଯୁବକ ହେଲେ ବେରିହାପଡାର ଜୟ ବାଗ । ତାଙ୍କ ଗୋଡ଼, ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ତାଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି । ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରୁ ଆକ୍ରମଣକାରୀ ଫେରାର ହୋଇଯାଇଛନ୍ତି । ଘଟଣାର ତଦନ୍ତ କରୁଛି ପୋଲିସ ।
ସୂଚନା ଅନୁସାରେ, ପ୍ରଥମେ ଦୁଇ ଜଣ ଯୁବକଙ୍କ ଭିତରେ ବଚସାରୁ ହୋଇଥିଲା ଗଣ୍ଡଗୋଳ । ଏଥିରେ ଉତକ୍ଷୀପ୍ତ ହୋଇ ଜଣେ ଯୁବକ ଧାରୁଆ ଅସ୍ତ୍ରରେ ଅନ୍ୟଜଣଙ୍କୁ ଆକ୍ରମଣ କରିଥିଲେ । ଗୁରୁତରକୁ ପ୍ରଥମେ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରାଯାଇଥିଲା । ଗୁରୁତର ହେବାରୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି ।
