
ଭୁବନେଶ୍ୱର : SI ଆଶାୟୀଙ୍କ ପାଇଁ ବଡ଼ ଖବର । ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଶେଷ ହେବ ପୋଲିସ SI ପରୀକ୍ଷା । ସୂଚନା ଦେଲେ OUSSSC ଅଧ୍ୟକ୍ଷ ରଶ୍ମି ରଞ୍ଜନ ସ୍ୱାଇଁ । ପ୍ରଶ୍ନପତ୍ର ଲିକ୍ ପାଇଁ ବଞ୍ଚିତ ଛାତ୍ରଛାତ୍ରୀ SI ପରୀକ୍ଷା ଦେଇପାରିବେ । ବିଜ୍ଞପ୍ତି ପ୍ରକାଶ ପରେ ବୟସ ସୀମା ଅତିକ୍ରମ କରିଥିବା ଆଶାୟୀମାନଙ୍କୁ ମଧ୍ୟ ପରୀକ୍ଷା ଦେବାକୁ ସୁଯୋଗ ମିଳିବ । ସିଲାବସ୍ କିମ୍ବା ପରୀକ୍ଷା ପାଟର୍ନରେ କୌଣସି ପରିବର୍ତ୍ତନ ହେବନି ବୋଲି ସେ ସ୍ପଷ୍ଟ କରିଛନ୍ତି । ଏଥର ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଓ ସ୍ୱଚ୍ଛ ପରୀକ୍ଷା କରିବାକୁ କମିଶନ ପ୍ରତିଶ୍ରୁତି ଦେଇଛି ।
ଗତବର୍ଷ ଓଡିଶା ପୋଲିସ SI ପରୀକ୍ଷା ଦୁର୍ନୀତି ମାମଲାରେ ସିବିଆଇ ଏବେ ତଦନ୍ତ ଚଳାଇଛି। ମୁଖ୍ୟ ଅଭିଯୁକ୍ତଙ୍କ ଗିରଫଦାରୀ ସହ ସିବିଆଇ ଏଥିରେ ସମ୍ପୃକ୍ତ ୧୬ ଜଣଙ୍କ ବିରୋଧରେ ପ୍ରାଥମିକ ଚାର୍ଜସିଟ୍ ମଧ୍ୟ ଦାଖଲ କରିସାରିଛି। ଓଡ଼ିଶା ପୋଲିସ ସବ୍-ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା ଦୁର୍ନୀତି ୨୦୨୫ ମସିହା ସେପ୍ଟେମ୍ବର ମାସରେ ସାମ୍ନାକୁ ଆସିଥିଲା । ପରୀକ୍ଷାର ଠିକ୍ ୫ ଦିନ ପୂର୍ବରୁ ବ୍ରହ୍ମପୁର ପୋଲିସ ଏକ ଗୁପ୍ତ ସୂଚନା ଆଧାରରେ ପ୍ରଶ୍ନପତ୍ର ଲିକର ପର୍ଦ୍ଦାଫାଶ କରିଥିଲା ଏବଂ ଓଡ଼ିଶା ପୋଲିସ ତୁରନ୍ତ ଏହି ପରୀକ୍ଷାକୁ ବାତିଲ କରିଦେଇଥିଲା ।
