ବାୟୋ ପ୍ଲାଣ୍ଟକୁ ବିରୋଧ, ପୋଲିସ ଗ୍ରାମବାସୀ ଧସ୍ତାଧସ୍ତି

add-all

ରାଉରକେଲା: ରାଉରକେଲାରେ ବାୟୋ ପ୍ଲାଣ୍ଟ କାମକୁ ଗ୍ରାମବାସୀଙ୍କ ବିରୋଧ । ପୋଲିସ ଜନତା ଧସ୍ତାଧସ୍ତି । ରାଉରକେଲାରେ ଅଏଲ୍ ଇଣ୍ଡିଆ ପକ୍ଷରୁ ଲୁହାକେରାଠାରେ ସ୍ଥାପନ କରିବାକୁ ଯାଉଥିବା ବାୟୋ ପ୍ଲାଣ୍ଟ କାର୍ଯ୍ୟକୁ ନେଇ ଚାପା ଉତ୍ତେଜନା ଦେଖାଦେବାରୁ ମାଜିଷ୍ଟ୍ରେଟଙ୍କ ସହ ପୋଲିସ ଫୋର୍ସ ମୁତୟନ କରାଯାଇଛି । ରାଉରକେଲା ଲୁହାକେରା ନିକଟରେ ଅଏଲ ଇଣ୍ଡିଆ ପକ୍ଷରୁ ଏକ ବାଇଓ ପ୍ଲାଣ୍ଟ ୧୦ ଏକର ପରିମିତ ଜାଗାରେ ପ୍ରତିଷ୍ଠା କରାଯିବା କାମ ଆରମ୍ଭକୁ ନେଇ ବର୍ତ୍ତମାନ ସ୍ଥାନୀୟ ବାସିନ୍ଦା ଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଦୀର୍ଘଦିନ ଠାରୁ ଚାଷବାସ କରି ଆସୁଥିବା ଗ୍ରାମବାସୀ ଙ୍କ ସହ କୌଣସି ଆଲୋଚନା ନକରି ସିଧାସଳଖ କାମ ଆରମ୍ଭ କରାଯିବାରୁ ଗ୍ରାମବାସୀ ତାତିଛନ୍ତି ।

ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ସମୟରେ ମଧ୍ୟ ସରକାରଙ୍କ ବିସ୍ଥାପିତ ହୋଇ ଥଇଥାନ ନୀତି ରୁ ବାଦ୍ ପଡ଼ିଥିବା ଅଭିଯୋଗ କରି ବିନା ଖ୍ୟତିପୂରଣ ରେ ଚାଷ ଜମି ଉପରେ ବାୟୋ ପ୍ଲାଣ୍ଟ ପ୍ରତିଷ୍ଠା କୁ ବିରୋଧ କରିଛନ୍ତି ଲୁହାକେରା ଗ୍ରାମବାସୀ । ପ୍ରଥମେ ସଏଲ ଟେଷ୍ଟ କରାଯିବାକୁ ଇଣ୍ଡିଆନ ଅଏଲ କର୍ତୃପକ୍ଷ ଉଦ୍ୟମ କରୁଥିବା ବେଳେ ଘଟଣାସ୍ଥଳରେ ଲୁହାକେରା ଗ୍ରାମବାସୀ ଓ ପୋଲିସ୍ ପ୍ରଶାସନର ଅଧିକାରୀମାନେ ମୁହାଁମୁହିଁ ହୋଇଛନ୍ତି । ରାଉରକେଲା ତହସିଲଦାର ଓ ପୋଲିସ ପ୍ରଶାସନ ଓ ଇଣ୍ଡିଆନ ଅଏଲ ର ଅଧିକାରୀ ଉତ୍ୟକ୍ତ ଗ୍ରାମବାସୀ ଙ୍କୁ ବୁଝାଶୁଝା କରୁଥିବା ବେଳେ ଚାଷଜମି ବଦଳରେ ଚାଷଜମି ଦାବି କରିବା ଜିଦ୍ ରେ ଅଟଳ ଲୁହାକେରା ଗ୍ରାମବାସୀ ।

ad-week
Leave A Reply

Your email address will not be published.