ରମ୍ପାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

add-all


ଚିକିଟି : ଚିକିଟି ବ୍ଲକ ରମ୍ପା ପଂଚାୟତ କାର୍ଯ୍ୟାଳୟ ରେ ଦିବ୍ୟ ଜୀବନ ସଙ୍ଘ ଓ ଶଙ୍କର ଚକ୍ଷୁ ଚିକିତ୍ସା ଳୟ ମିଳିତ ଆନୁକୂଲ୍ୟ ରେ ମାଗଣା ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।ଶଙ୍କର ଚିକିତ୍ସାଳୟ ରୁ କେମ୍ପ ମେନେଜର ନଳିନୀ ରାଉତ, ମୁଖ୍ୟ ପ୍ରଶାସକ ଭଗବାନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ରୋଗୀ ଙ୍କ ଚିକିତ୍ସା କରିଥିଲେ।କାର୍ଯ୍ୟକ୍ରମ ରେ 41 ଜଣ ରୋଗୀ ଙ୍କ ଚିକିତ୍ସା ହୋଇଥିଲା ବେଳେ ସାତ ଜଣକୁ ଚଷମା,17 ଜଣ କୁ ମାଗଣା ରେ ପରଳ ଚିକିତ୍ସା ପାଇଁ ହିଂଜିଲିକାଟୁ ନିକଟସ୍ଥ ସମରଝୋଳ ଶଙ୍କର ଚକ୍ଷୁ ଚିକିତ୍ସାଳୟ କୁ ଆସିବା ପାଇଁ ପରାମର୍ଶ ଦିଆଯାଇ ବାକି ରୋଗୀ ଙ୍କୁ ଔଷଧ ପ୍ରଦାନ କରାଯାଇଛି।
ଦିବ୍ୟଜୀବନ ସଂଘ ଉପଦେଷ୍ଟା ଲଷ୍ମୀ ନାରାୟଣ ସୁବୁଦ୍ଧି,ସ୍ଥାନୀୟ ସଭାପତି ଡି. ବାଲେୟା ରେଡ଼ି, ସଂପାଦକ ଶରତ ଚନ୍ଦ୍ର ମହାରଣା, ବାପି ରଣା ପ୍ରମୂଖ କାର୍ଯ୍ୟକ୍ରମ କୁ ସହଯୋଗ କରିଥିବା ବେଳେ ଭାଗ୍ୟଲଷ୍ମୀ, ଶ୍ରୀମୁଖି, ମହମ୍ମଦ, ସଲିମ, ସୁଲତା, ସାକିଲି ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.