ଆଲିପୁର ପଥରା ବେଆଇନ ବାଲି ଘାଟରୁ ପ୍ରଶାସନ ନାଁ ରେ ଚାଲିଛି ଅର୍ଥ ଆଦାୟ…!

add-all

ପ୍ରଶାସନ ର ୧୪୪ ଧାରା ଧର୍ମକୁ ଆଖି ଠାର…


ଶାସକ ଦଳର ନେତାଙ୍କ ଆଶୀର୍ବାଦ ସନ୍ୟାସୀ ଉପରେ ବୋଲି ଚର୍ଚ୍ଚା …!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକ ଅନ୍ତର୍ଗତ ଆଲିପୁର ନିକଟସ୍ଥ ପଥରା ବେଆଇନ ବାଲି ଘାଟରୁ ସହ ସହ ଟ୍ରାକ୍ଟର ରେ ବାଲି ଚାଲାଣ ହେଉଛି। ଦିନ ରାତି ପାଳି ପାଳି କରି ରାଜସ୍ବ, ପୋଲିସ ଓ ଖଣି ବିଭାଗ କୁ ମାସିଆରି ବଟି ଦେବା ନାଁ ରେ କିଛି ଖୋଳ ପ୍ରକୃତି ର ଯୁବକ ମାନେ ଗୋଟିଏ ଟ୍ରାକ୍ଟର ରୁ ୫୦୦ ଟଙ୍କା ଲେଖାଏଁ ଅର୍ଥ ଆଦାୟ କରୁଥିବା ଚର୍ଚ୍ଚା ହୋଇ ଆସୁଛି। ମାସିକ ଲକ୍ଷ ଲକ୍ଷ ଟଙ୍କା କିଏ ଆଦାୟ କରୁଛି ଏବଂ କାହା ଇଂଗତ ରେ ଆଦାୟ ହେଉଛି ତାହା ତଦନ୍ତ ସାଫେକ୍ଷ …? ଶାସକ ଦଳର ରାଜନୈତିକ ନେତାଙ୍କ ଛତ୍ର ଛାୟା ତଳେ ରହି ସନ୍ୟାସୀ ନାମକ ବ୍ୟକ୍ତି ଏହି ବେଆଇନ ବାଲି ଘାଟରୁ ଅର୍ଥ ଆଦାୟ କରୁଥିବା ଚର୍ଚ୍ଚା ହେଉଛି । ଗାଁ ଲୋକେ ଅଭିଯୋଗ କଲେ ପୋଲିସ ପକ୍ଷରୁ କାଁ ଭାଁ ଚଢ଼ାଉ ହେଉଛି। ବାଲି ମାଫିଆ ମାନେ ପାଳି ପାଳି କରି ଏହି ବେଆଇନ ଘାଟରୁ ବାଲି ଲୁଟ କରିବା ସହ ମାଫିଆ ମାନଙ୍କ ଜରିଆରେ ପ୍ରଶାସନ ନାଁ ରେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରାଯାଉଛି। ଯେଉଁ ଟ୍ରାକ୍ଟର ଟଙ୍କା ନଦେଲେ ରଜସ୍ୱ, ପୋଲିସ ଓ ଖଣି ବିଭାଗ ନାଁ ନେଇ ଧମକେଇ ଜୋର ଜବରଦସ୍ତ ଅର୍ଥ ଆଦାୟ ହେଉଥିବା ନେଇ ଅଭିଯୋଗ ହେଉଛି। ଏହି ବେଆଇନ ଘାଟକୁ ନେଇ ଗାଁ ବାସୀ ଓ ଚୋରା ବାଲି ମାଫିଆ ମାନଙ୍କ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ଉପୁଜୁଛି କେତେବେଳେ ଵି କିଛିବି ଅଘଟଣ ଘଟି ପାରେ । ପ୍ରଶାସନ ନାଁ ରେ ଆଦାୟ ହେଉଥିବା ଅର୍ଥ କିଏ ନେଉଛି…? ନା ସମସ୍ତ ପ୍ରଶାସନିକ ଅଧିକାରୀ ଙ୍କୁ ମାସିକିଆ ବଟି ଦିଆ ଯାଇ ଏପରି ଟଙ୍କା ଆଦାୟ ହେଉଛି ନଚେତ ଏତେ ଅଭିଯୋଗ ପରେ ମଧ୍ୟ ପ୍ରଶାସନ ଚୁପ କାହିଁକି..? ପ୍ରକାଶ ଥାଉକି ଏହି ବେଆଇନ ବାଲି ଘାଟ ଉପରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗିଛି। ୧୪୪ ଧାରା ସତ୍ତ୍ୱେ ଦିନ ରାତି ପାଳି କରି ଟ୍ରକ୍ଟର ରେ ବାଲି ଉତ୍ତୋଳନ କରାଯାଉଛି। ରାଜସ୍ବ ଓ ଖଣି ବିଭାଗ ଅଧିକାରୀ ମାନେ ଏହି ବେଆଇନ ଘାଟ ଉପରେ ହାତ ମାରିବାକୁ ସାହସ କରୁନାହାନ୍ତି କାହିଁକି । ବର୍ଷା ଦିନ ଆରମ୍ଭ ହୋଇଥିବା ବେଳେ ନଦୀରେ ବର୍ଷା ଜଳ ଆସିଲେ ଦୁର୍ବଳ ନଦୀ ବନ୍ଧ ଭାଙ୍ଗିବାର ସମ୍ଭାବନା ରହିଛି।ଏହି ବେଆଇନ ବାଲି ଘାଟରୁ ଗବନଳା, ପଥରା, ସିଦ୍ଧନଇ, ବାବାନପୁର, କୋଟିବାଡ଼ି, ଅତରଙ୍ଗ, ଆଲ୍ଲୀପୁର, ପଥରା ଆଦି ଅଞ୍ଚଳ କୁ ବାଲି ଚାଲାଣ ହେଉଛି।ଜିଲ୍ଲା ପ୍ରଶାସନ ସବୁ ଜାଣି ଚୁପ ରହିଛି ନା ସନ୍ୟାସୀ ଉପରେ ଦାୟିତ୍ୱ ଲଦି ମାସିଆରି ବଟି ନେଇ ଚୁପ ବସିଛି ଯାହାକୁ ନେଇ ଏବେ ସବୁ ଖଟିରେ ଚର୍ଚ୍ଚା ଜୋର ଧରିଛି l ଆସିକା ପୋଲିସ, ଏବଂ ଖଣି ବିଭାଗ ସନ୍ୟାସୀ ଠାରୁ ବଟି ସହିତ କଞ୍ଚା ହଳଦୀ ନେଇ ମୌଜ ମସ୍ତିରେ ମସଗୁଲ ବୋଲି ସାଧାରଣ ରେ ଚର୍ଚ୍ଚା l ଗଞ୍ଜାମ ଜିଲ୍ଲା ଭିଜିଲାନ୍ସ ବିଭାଗ ଇଡ଼ି କିମ୍ବା ଆଇ ଟି ବିଭାଗ ଜଦି ସନ୍ୟାସୀ କୁ ନେଇ ତଦନ୍ତ କରନ୍ତି ତେଵେ ଅନେକ ଭଦ୍ର ମୁଖା ଧାରୀ ଙ୍କ ଗୁମର ଖୋଲିଯିବ ବୋଲି ସାଧାରଣ ରେ ଦାବୀ ହେଉଛି l

ad-week
Leave A Reply

Your email address will not be published.