ରାସ୍ତା ବନ୍ଦ କରିବାରୁ ଗ୍ରାମବାସୀ ଜିଲାପାଳଙ୍କ ଦ୍ୱାରସ୍ଥ

add-all

କୋରାପୁଟ (୭/୨) : ବ୍ୟକ୍ତିଗତ ଜମିରେ ମାଲିକ ବାଡ ଦେବା ପରେ ଗ୍ରାମବାସୀ ବହୁ ବର୍ଷରୁ ବ୍ୟବହାର କରି ଆସୁଥିବା ରାସ୍ତା ବନ୍ଦ ହୋଇ ଯାଇଛି,ଫଳରେ ଗ୍ରାମବାସୀ ଶ୍ମାଶାନ,ଜଳାଶୟକୁ ଯାତାୟତରେ ବାଧାପ୍ରାପ୍ତ ହୋଇଛି । ସମସ୍ୟାର ସମାଧାନ ନିମନ୍ତେ ଆଜି ଗ୍ରାମବାସୀ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । କୋରାପୁଟ ପୌର ପରିଷଦ ଅଧୀନ କହ୍ନେଇପୁଟ ଗ୍ରାମବାସୀ ଗାଁ ପଛ ପାଖରେ ଥିବା ଏକ ଖୋଲା ଜମିକୁ ବର୍ଷ ବର୍ଷ ଧରି ଚଲା ରାସ୍ତା ଭାବେ ବ୍ୟବହାର କରି ଆସୁଥିଲେ ।

ସେହିବାଟ ଦେଇ ଗ୍ରାମବାସୀ ଶ୍ମାଶାନ,ଜଳାଶୟ,ନଦୀକୁ ଯାତାୟତ କରି ଥାଆନ୍ତି । ହେଲେ କାଳକ୍ରମେ ଉକ୍ତ ଜମିକୁ ମୂଳ ମାଲିକ ଭାଗଭାଗ କରି ବିକ୍ରି କରି ଦେବାରୁ ସେଠାରେ ଘରଦ୍ୱାର ଗଢି ଉଠିଥିବାବେଳେ ବର୍ତମାନ୍ ଲୋକେ ବ୍ୟବହାର କରୁଥିବା ରାସ୍ତା ବନ୍ଦ ହୋଇ ଯାଇଛି । ଚଲା ରାସ୍ତା ଯାଇଥିବା ଜମିର ଜୈନିକ ମାଲିକ ବାଡ ଦେଇ ଚଲା ରାସ୍ତାକୁ ବନ୍ଦ କରି ଦେଇଛନ୍ତି । ତେଣୁ ଲୋକେ ଶ୍ମାଶାନ କିମ୍ବା ନଦୀକୁ ଯିବାକୁ ଆଉ ବିକଳ୍ପ ରାସ୍ତା ନଥିବାରୁ ଗ୍ରାମବାସୀ ସମ୍ପୃକ୍ତ ଜମି ମାଲିକଙ୍କୁ ରାସ୍ତା ଛାଡିବାକୁ କହିଥିଲେ ହେଲେ ସେ ସହମତି ନହେବାରୁ ଗ୍ରାମବାସୀ ଆଜି ଜିଲାପାଳଙ୍କୁ ସାକ୍ଷାତ କରି ସମସ୍ୟାର ସମାଧାନ ପାଇଁ ଗୁହାରୀ କରିଛନ୍ତି ।

କହ୍ନେଇପୁଟ ଗ୍ରାମର ମମତା ହନ୍ତାଳ,ରଙ୍ଗବତୀ ସୁନା,କଲ୍ୟାଣି ବାଘ,ରାଇମତି ଖୀଲ,ଜାହ୍ନକୀ ଖେମୁଣ୍ଡୁ ପଦ୍ମା ବାରିକ,ସୁଷମା ହନ୍ତାଳ ପ୍ରମୁଖ ଜିଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ।

ad-week
Leave A Reply

Your email address will not be published.