ମିଲର ଉଠାଉନି ଧାନ ମଣ୍ଡି ରେ ଚାଷୀ ହତାଶ : ଆନ୍ଦୋଳନ ପାଇଁ ମସୁଧା…

add-all


ବାଲିଗୁଡା,: ସରକାର ଚାଷୀ ଙ୍କ ଠାରୁ ସଠିକ ଓଜନ ଓ ସରକାର ନିର୍ଦ୍ଧାରିତ ମୂଲ୍ୟ ରେ ଧାନ କିଣିବା ପାଇଁ ମିଲର ନିଯୁକ୍ତି କଲେ ହେଲେ ଧାନ ଲ୍ୟାମ୍ପସ ମାଧ୍ୟମରେ କ୍ରୟ କରାଯାଇଛି । ଫଳରେ ଧାନ ବିକ୍ରି କରିବା ଲାଗି ଧାନ ନେଇ ଲ୍ୟାମ୍ପସ କୁ ଆସି ଦୀର୍ଘ ଦିନ ଧରି ଅପେକ୍ଷା କରି ବସିଥିଲେ ମଧ୍ୟ ମିଲର ଧାନ ଉଠାଉନି କି ‘ ଚାଷୀ ଙ୍କ କଥାକୁ ଶୁଣୁନି ଯାହା ଫଳରେ ଚାଷି ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି, ବାଲିଗୁଡା ବ୍ଲକ ଅନ୍ତର୍ଗତ ଲଣ୍ଡାଗାଁ ମଣ୍ଡିରେ । ସମଗ୍ର ଜିଲ୍ଲାର ଅନେକ ଧାନ ମଣ୍ଡି ଏଭଳି ଅବସ୍ଥା ଦେଖିବାକୁ ମିଳୁଛି । ମଣ୍ଡି ରୁ ଧାନ ଉଠାଇବା ଦିଗରେ ଦୃଷ୍ଟି ଦେବାକୁ ଚାଷୀ ମାନେ ଦାବି କରିଛନ୍ତି । ଅନ୍ୟଥା ଲଣ୍ଡାଗାଁ ଓ ଖମନଖୋଲ ଗ୍ରା:ପ ର ଚାଷୀ ଆନ୍ଦୋଳନ କୁ ଓହ୍ଲାଇବେ ବୋଲି ଧମକ ଦେଇଛନ୍ତି । ଯାହା ଫଳରେ ଶତାଧିକ ଚାଷୀ ମାନଙ୍କୁ ଦିଆଯାଇଥିବା ଟୋକେନ ଗୁଡିକ ଗତ ଡିସେମ୍ବର ୨୭ ତାରିଖ ଠାରୁ ଜାନୁୟାରୀ ୭ ତାରିଖ ମଧ୍ୟରେ ରେ ଅନେକ ଚାଷୀ ମାନଙ୍କ ର ଟୋକେନ ର ସମୟ ସୀମା ସରିଗଲାଣି l ଏ ସମ୍ପର୍କରେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି l ଚାଷୀ ମାନେ ଧାନ ବିକ୍ରି କଲେ କିଏ କେଉଁ କାର୍ଯ୍ୟରେ ଲଗାଇବେ, ଯାହାକି, କିଏ ଧାର କରଜ କରିଛି ସୁଝିବ ତ’ ଆଉ କିଏ ପୁଅ ଝିଅ ବାହାଘର କରିବ, ଏପରି ଦୁଶ୍ଚିନ୍ତା ମଧ୍ୟରେ ଗତି କରି ନାନା ରୋଗ ବ୍ୟାଧିରେ ପଡିବା ଆରମ୍ଭ ହେଲାଣି l ଏପରି ସ୍ଥିତିରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ନ ଦେଲେ ପରିସ୍ଥିତି ଭୟାନକ ହୋଇପାରେ l ଏଣୁ ତୁରନ୍ତ ଜିଲ୍ଲା ପ୍ରଶାଶନ ଦୃଷ୍ଟି ଦେଇ ମଣ୍ଡି ର ଧାନ ଉଠାଇବା ଦିଗରେ ଦୃଷ୍ଟି ଦେବାକୁ ଚାଷୀ ମାନେ ଦାବି କରିଛନ୍ତି ।ଅନ୍ୟଥା ଅଞ୍ଚଳର ଚାଷୀ ସଂଗଠନ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଧମକ ଦେଇଛନ୍ତି । ଏହାର ପ୍ରଭାବ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ମଧ୍ୟ ପଡିବା ସମ୍ଭାବନା କୁ ଏଡାଇ ଦିଆଯାଇନପାରେ ବୋଲି ମତ ପ୍ରକାଶ ପାଉଛି ।

ad-week
Leave A Reply

Your email address will not be published.