ନିଃସର୍ତ୍ତ କଥା ସତ ହେଲା ଭୁବନେଶ୍ୱର ସ୍ଥିତ ପଟିଆ ନିକଟରୁ ଆସିକା ଅଞ୍ଚଳରୁ ଦେଶୀ ମଦ ଚାଲାଣ ବେଳେ ଚାରି ଯୁବକ ଗିରଫ ମଦ ଜବତ……!


ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରୁ ଅପମିଶ୍ରିତ ଦେଶୀ ମଦ ନୟାଗଡ଼ ଓ ଭୁବନେଶ୍ୱର ଅଞ୍ଚଳକୁ ଚାଲାଣ ହେଉଥିବା ସମ୍ପର୍କରେ ନିସର୍ତ୍ତ ରେ ରୀତିମତ ଖବର ପ୍ରକାଶ ହୋଇଆସୁଛି ଏବଂ ଅବକାରୀ ବିଭାଗ କୁ ସତର୍କ ଵି କରି ଆସୁଛି । ତାହାର ନଗ୍ନ ନମୁନା ଆଜି ଭୁବନେଶ୍ୱର ଅବକାରୀ ବିଭାଗ ପକ୍ଷରୁ ପଟିଆ ସ୍ଥିତ ଶିଖର ଚଣ୍ଡୀ ଓ ଜଲିସାହି ବସ୍ତି ଅଞ୍ଚଳ ରୁ ଆସିକା ଅଞ୍ଚଳ ରୁ ଚାରିଜଣ ଯୁବକ ଦେଶୀ ମଦ ପାଉଚ ଏକ ଦାମୀ ଗାଡ଼ିରେ ନେଉଥିବା ବେଳେ ଅବକାରୀ ବିଭାଗ ର ସ୍ପେସେଲ ଫୋର୍ସ ଧରିଥିଲେ। ପ୍ରାୟ ୧୫ ସହ ଲିଟର ଦେଶୀ ମଦ ଜବତ କରିବା ସହ ଯୁବକ ମାନଙ୍କୁ ଗିରଫ କରାଯାଇଛି। ପ୍ରକାଶ ଥାଉକି ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳ ରୁ ଅପମିଶ୍ରିତ ଦେଶୀ ମଦ ଭୁବନେଶ୍ୱର ଓ ନୟାଗଡ଼ ଅଞ୍ଚଳକୁ ପ୍ରତିଦିନ ନାମୀ ଦାମୀ ଗାଡ଼ିରେ ଚାଲାଣ ହେଉଛି। ଡିସେମ୍ବର ମାସ ୧୫ ତାରିଖ ଦିନ ପୀତପଲ୍ଲୀ ଛକରୁ ଆସିକା ଅଞ୍ଚଳରୁ ଚାଲାଣ ହେଉଥିବା ବିପୁଳ ପରିମାଣର ଦେଶୀ ମଦ ଜବତ ସାଙ୍ଗକୁ ଚାରି ଜଣ ଯୁବକ ଙ୍କୁ ଗିରଫ କରାଯାଇଥିଲା। ସ୍ୱଳ୍ପ ସମୟ ମଧ୍ୟରେ ପୋଚ ପ୍ରସ୍ତୁତ ସକାଶେ ପୋଚରେ ରାଜା ପିଢ଼ିଆ, ଇଷ୍ଟ ଓ ରାସାୟନିକ ପଦାର୍ଥ ବ୍ୟବହାର କରାଯାଉଛି। ଅପମିଶ୍ରିତ ମଦ ପ୍ରସ୍ତୁତ କରି ଭୁବନେଶ୍ୱର ଓ ନୟାଗଡ ଜିଲ୍ଲା କୁ ଚାଲାଣ ହେଉଛି। କିନ୍ତୁ ଗଞ୍ଜାମ ଅବକାରୀ ବିଭାଗ ମାସିଆରି ବଟି ନେଇ ଧୃତରାଷ୍ଟ୍ର ସାଜିଛି l ଭୁବନେଶ୍ୱର ଅବାକରୀ ବିଭାଗ ରୀତିମତ ଗଞ୍ଜାମ ରୁ ଚୋରା ଚାଲାଣ ହେଉଥିବା ଗାଡି, ମଦ ଏବଂ ବ୍ୟକ୍ତି ଙ୍କୁ ଗିରଫ କରୁଛି କିନ୍ତୁ ଗଞ୍ଜାମ ଜିଲ୍ଲା ବାବୁ ମାନଙ୍କ ପାଖରେ ଖବର ନାହିଁ l କାରଣ ମାଫିଆ ମାନଙ୍କ ଦୟାରେ ବାବୁ ମାନେ ଜଣେ ଜଣେ କୁବେର ପାଲୋଟି ଗଲେଣି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l ଗଞ୍ଜାମ ଭିଜିଲାନ୍ସ ବିଭାଗ ଏହି ବାବୁ ମାନଙ୍କ ଉପରେ ଧ୍ୟାନ ଦେବାକୁ ଏବଂ ତଥ୍ୟ ଦେବାକୁ ଅଣ୍ଟା ଭିଡ଼ିଲେଣି l ରାଜ୍ୟ ଅବକାରୀ ବିଭାଗ ଗଞ୍ଜାମ ଏବଂ ବ୍ରହ୍ମପୁର ଅବକାରୀ ବିଭାଗ ପ୍ରତି ଦୃଷ୍ଟି ଦେଲେ ଅନେକ ଭଦ୍ର ମୁଖା ପଦାକୁ ଆସିଯିବ l
