ମାସକରେ ଭୁଶୁଡି ପଡିଲା ଫିଲ୍ଦ ଚେନେଲ ଗାର୍ଡ ୱାଲ : ଅତି ନିମ୍ନ ମାନର କାର୍ଯ୍ୟକୁ ନେଇ ଉଠୁଛି ପ୍ରଶ୍ନ…
ଠିକାଦାର, ପ୍ରଶାସନିକ ଅଧିକାରୀ କୋଳା କୋଳି…


କୋରାପୁଟ /କୋଟପାଡ଼ :-05/06/26—ମନରେଗା ଯୋଜନାରେ ତିଆରି ହୋଇଥିବା ଫିଲ୍ଦ ଚେନେଲ ମାସକ ମଧ୍ୟରେ ଭୁଶୁଡି ପଡିଛି l କୋଟପାଡ଼ ବ୍ଲକର ବିଭିନ୍ନ ପଞ୍ଚାୟତରେ ମନରେଗା କାର୍ଯ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବି ସ୍ଥାନୀୟ ଠିକାଦାର, ପ୍ରଶାସନିକ ଅବ୍ୟବସ୍ଥା,ଅବହେଳିତ ମନୋଭାବ ଯୋଗୁଁ ନିନ୍ମ ମାନର କାର୍ଯ୍ୟ ହେଉଥିବା ବେଳେ ଲକ୍ଷାଧିକ ଟଙ୍କା ପାଣିରେ ପଡୁଛି l ଯାହାକୁ ନେଇ ଜନସାଧାରଣରେ ପ୍ରଶାସନିକ କାର୍ଯ୍ୟପ୍ରତି ସନ୍ଦେହଜାତ ହେଉଛି l ସୂଚନା ପ୍ରକାରେ, ଏସ. ବି ନୁଆଁଗାଁ ପଞ୍ଚାୟତ ଅନ୍ତର୍ଗତ ବାମଦେଇ ଠାରୁ ଧନର ମାଝୀର ଜମି ପର୍ଯ୍ୟନ୍ତ ଷଣ୍ଡଗାଁ ଯିବା ରାସ୍ତାପାର୍ଶ୍ଵରେ ଆଠ ଲକ୍ଷ ଅଶିଏ ହଜାର ଟଙ୍କା ଖର୍ଚ୍ଚରେ ନିର୍ମିତ ହୋଇଛି ଫିଲ୍ଦ ଚାନେଲ l ଯାହା ମାସକ ମଧ୍ୟରେ ଭୁଶୁଡି ପଡ଼ିଥିବା ନଜରକୁ ଆସିଛି l ନିନ୍ମମାନର ବାଲି, ଗୋଟି ବ୍ୟବହାର ଏବଂ ଆବଶ୍ୟକତା ଠାରୁ ଅତିକମ ପରିମାଣର ସିମେଣ୍ଟର ବ୍ୟବହାର ଯୋଗୁଁ ଭୁଷୁଡ଼ି ପଡ଼ିଥିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ସମାଲୋଚନା କରାଯାଉଛି l ଏ ବିଷୟରେ ସମ୍ପୃକ୍ତ ଜେ.ଇ ଏବଂ ନିର୍ବାହୀ ଅଧିକାରୀଙ୍କ ଅଧିକ ଜାଣିବା ପାଇଁ ମୋବାଇଲ ଫୋନ ଯୋଗେ ସମ୍ପର୍କ କରାଯାଇଥିଲେ ସୁଦ୍ଧା ସମ୍ପର୍କ ସ୍ଥାପିତ ହୋଇପାରିନି l ସୂଚନା ଥାଉକି ଅଞ୍ଚଳ ରେ ମନରେଗା କାର୍ଯ୍ୟ ବାଟ ମାରଣା ହେଉଛି ପ୍ରଶାସନ ଏବଂ ଠିକାଦାର ମଧ୍ୟରେ କୋଳା କୋଳି ଓ ମଧୁଚନ୍ଦ୍ରିକା ଯୋଗୁଁ ଏପରି ନିମ୍ନ ମାନର କାର୍ଯ୍ୟ ଚାଲିଛି ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି l
