ରୋଟାରୀ କ୍ଲବ ନୟାଗଡ଼ର ୩୭ ତମ ଅଧିଷ୍ଠାନ ଉତ୍ସବ: ବାସୁଦେବ ସଭାପତି, ଦିଲ୍ଲୀପ ସମ୍ପାଦକ

add-all

ନୟାଗଡ : ରୋଟାରୀ କ୍ଲବ ନୟାଗଡ଼ର ଅଧିଷ୍ଠାନ ଉତ୍ସବ ରୋଟାରୀ ଭବନ ପରିସରରେ ଅନୁଷ୍ଠିତ ହୋଇଅଛି।ସଭାପତି ଭାବରେ ରୋଟାରିଆନ ବାସୁଦେବ ସାହୁ ଏବଂ ସମ୍ପାଦକ ଭାବରେ ରୋଟାରିଆନ ଦିଲ୍ଲୀପ ମିଶ୍ର କ୍ଲବ ଦାୟିତ୍ଵ ଗ୍ରହଣ କରିଛନ୍ତି ।ବିଦାୟୀ ସଭାପତି ରୋଟାରିଆନ ବସିରନ୍ ବିବି ଏବଂ ସମ୍ପାଦକ ରୋଟାରିଆନ ଅବିନାଶ ସାହୁ ନୂତନ କର୍ମକର୍ତ୍ତାଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଛନ୍ତି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ରୋଟାରିଆନ ଜୟଶ୍ରୀ ମହାନ୍ତି ଯୋଗଦେଇ କ୍ଲବର ସେବା କାର୍ଯ୍ୟକୁ ପ୍ରଶଂସା କରିଥିଲେ ।ସମ୍ମାନିତ ଅତିଥି ଭାବରେ ନୟାଗଡ଼ ନୟାଗଡ଼ ପୌରଧକ୍ଷା ନିରୁପମା ଖଟେଇ ଏବଂ ରୋଟାରୀ ଜିଲ୍ଲା ଏଜି
ରୋଟାରିଆନ ବିପ୍ରଚରଣ ପାତ୍ର ମଞ୍ଚାସିନ ଥିଲେ ।ନୂତନ ସଭାପତି ଭାବରେ ଦାୟିତ୍ଵ ଗ୍ରହଣ କରିବା ପରେ ରୋଟାରିଆନ ବାସୁଦେବ ସାହୁ ଆଗାମୀ ବର୍ଷ ପାଇଁ କ୍ଲବର ମିଶନ ଓ ଭିଜନ ଉପସ୍ଥାପନ କରିଥିଲେ ।କ୍ଲବରେ ନୂତନ ସଦସ୍ୟ ଭାବରେ ଚିନ୍ମୟ ପଟ୍ଟନାୟକ, ଆଶୁତୋଷ ପାତ୍ର ଏବଂ ଗୁଣନିଧି ଶତପଥୀ ଯୋଗଦେଇଥିଲେ ।ମୁଖ୍ୟ ଅତିଥି ସମସ୍ତଙ୍କୁ ରୋଟାରି ପିନ ପିନ୍ଧାଇ କ୍ଳବକୁ ସ୍ବାଗତ କରିଥିଲେ ।ଚଳିତ ବର୍ଷ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ତଥାସ୍ତୁ କୁମାର ନାୟକ, ଆଦିତ୍ୟ ଓଁକାର ମିଶ୍ର, କେଏ ବୈଷ୍ଣବୀ, ଅନ୍ୱେଷା ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର, ଫୁଲବାଣୀ, ବାଣପୁର- ବାଲୁଗାଁ ଏବଂ ଭୁବନେଶ୍ବର ରୋଟାରୀ କ୍ଲବର ଅନେକ ସଦସ୍ୟ ଯୋଗଦେଇଥିବା ବେଳେ ରୋଟାରିଆନ ପ୍ରବୀର ପୃଷ୍ଟି ମଞ୍ଚ ପରିଚାଳନା କରିଥିଲେ ଏବଂ ରୋଟାରିଆନ ଦେବାଶିଷ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.