

(ଜବତ ହେଲା ଚାରୀ ଲକ୍ଷ ନବେ ହଜାର ଟଙ୍କା )
କୋରାପୁଟ :- ବାଲି ଉତ୍ସର ଲିଜ ସମୟ ସରିଲା ପରେ ପୂଣି ସମୟ ବୃଦ୍ଧି କରିବା ପାଇଁ ଏବଂ ଏ ବାବତରେ ଦୁଇ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଓଡିଶା ଭିଜିଲାନ୍ସ ଦ୍ୱାରା ଧରାପଡିଲେ କୋରାପୁଟ (ଜୟପୁର ) ଖଣି ଉପ ନିର୍ଦ୍ଦେଶକ ସତ୍ୟଜିତ ରାଉତ l
ସୂଚନା ପ୍ରକାରେ, କୋରାପୁଟ ଖଣି ଉପ ନିର୍ଦ୍ଦେଶକ ଜଣେ ଲିଜ ଧାରୀଙ୍କ ଠାରୁ ସ୍ପଟ ଲିଜ ଅବଧି ବୃଦ୍ଧି କରିବା ଏବଂ ଲିଜ ଧାରିଙ୍କୁ ଭବିଷ୍ୟତରେ ଲାଭ ପହଞ୍ଚାଇବା ପାଇଁ ଉଦ୍ଦେଶ୍ୟ ମୂଳକ ଭାବେ ଦୁଇ ଲକ୍ଷ ଟଙ୍କା ଦାବୀ କରିଥଲେ l ଆଜି ଲିଜ ଧାରୀଙ୍କ ଦ୍ୱାରା ଦୁଇ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡିଶା ଭିଜିଲାନ୍ସ ଦ୍ୱାରା ଧରପୋଡିଲେ l ଓଡିଶା ଭିଜିଲାନ୍ସଙ୍କ ସୂଚନା ପ୍ରକାରେ, ସତ୍ୟଜିତ ରାଉତଙ୍କ ଜୟପୁର ଲିଙ୍ଗରାଜ ନଗରରେ ଥିବl ଆବାସିକ ଗୃହରେ ଚଢ଼ାଉ କରି ମାଟିରେ ପୋତାଯାଇଥିବା ଦୁଇଲକ୍ଷ ନବେ ହଜାର ଟଙ୍କା ଜଵତ କରାଯାଇଛି l ଏହିଭଳି କଟକର ବିଦ୍ୟlଧରପୁରରେ ଥିବା ଘର, ମାହାଙ୍ଗା ଓଲକୋଣlରେ ସ୍ଥିତ ଘର ଉପରେ ଏକ କାଳୀନ ଚଢ଼ାଉ କରାଯାଇଛି l ଏ ସମ୍ପର୍କରେ ଦୁର୍ନୀତି ନିବାରଣ (ସଂଶୋଧନ )ଆଇନ 2018 ର ଧାରା 7 ଅନୁଯାୟୀ କୋରାପୁଟ ଭିଜିଲାନ୍ସ ପି. ଏସ. ମାମଲା ନମ୍ବର 14/2026 ଅନୁସାରେ ପଞ୍ଜିକୃତ କରାଯାଇଛି l
