
ବ୍ରହ୍ମପୁର : ଉଚ୍ଚ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ଶିକ୍ଷା ବିକାଶ ଓ ପ୍ରୋତ୍ସାହନ ଉଦ୍ଦେଶ୍ୟ ରେ ଗଠିତ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ କାର୍ଯକ୍ରମ ର ଅନୁମୋଦନ କ୍ରମେ ଓଡ଼ିଶା ସରକାରଙ୍କ ସୁପାରିଶ ଅନୁସାରେ ୨୦୧୫ ଜୁନ ମାସ ରେ ବ୍ରହ୍ମିପୁର ରେ ସ୍ଥାପନ ହୋଇ ଥିଲା ଖଲ୍ଲିକୋଟ କ୍ଲଷ୍ଟର ବିଶ୍ଵବିଦ୍ୟାଳୟ । ଓଡ଼ିଶା ରେ ଉଚ୍ଚ ଶିକ୍ଷା ର ବିକାଶ କ୍ଷେତ୍ରରେ ଏହି ବିଶ୍ୱବିଦ୍ୟାଳୟ ପରିକଳ୍ପନା ଥିଲା ପ୍ରଥମ ସ୍ୱାକ୍ଷର ଓ ସମ୍ଭାବନା।ଓଡ଼ିଶା ର ସର୍ବପୁରାତନ ମହାବିଦ୍ୟାଳୟ କୁ ମୁଖ୍ୟ ଓ ଅଗ୍ରଣୀ କଲେଜ ରୁପେ ନେଇ ଗଠିତ ଏହି ବିଶ୍ଵ ବିଦ୍ୟାଳୟ ଉଚ୍ଚ ଶିକ୍ଷା କ୍ଷେତ୍ର ରେ ଅବହେଳିତ ଦକ୍ଷିଣ ଓଡ଼ିଶା ପାଇଁ ଆଣି ଥିଲେ ଅନେକ ସ୍ଵପ୍ନ ଓ ଆଶ୍ୱାସନା।
ରାଜ୍ୟର ଜଣେ ବିଶିଷ୍ଟ ଐତିହାସିକ ସାହିତ୍ୟିକ ଓ ଶିକ୍ଷାବିତ ଭାବେ ପରିଚିତ ପ୍ରଫେସର ମନ୍ମଥ ପାଢ଼ୀ ଏହି ବିଶ୍ବ ବିଦ୍ୟାଳୟ ର ସ୍ବତନ୍ତ୍ର କାର୍ଯ୍ୟନିର୍ବାହୀ ଅଧିକାରୀ (ଓ ଏସ ଡି )ଭାବେ ନିଯୁକ୍ତ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ଏପ୍ରିଲ୍ ୨୦୧୬ ଓଡିଶା ବିଶ୍ବ ବିଦ୍ୟାଳୟ ଆଇନ୍ ନିରୁପିତ ପ୍ରାବଧାନ ଅନୁଯାୟୀ ମହାମହିମ ରାଜ୍ୟପାଳ ତଥା କୁଳାଧିପତି ଡ ଏସ ସି ଜମିର ଙ୍କ ଦ୍ଵାରା ଏହି ଗରୀମାମୟ ପ୍ରାଚୀନ ଶିକ୍ଷାନୁଷ୍ଠାନ ର ପ୍ରଥମ କୁଳପତି ଭାବେ ନିଯୁକ୍ତି ପାଇ ଦାୟିତ୍ଵ ଗ୍ରହଣ କରି ଥିଲେ ପ୍ରୋଫେସର ମନ୍ମଥ ପାଢ଼ୀ।
ତାଙ୍କରି କାର୍ଯ୍ୟକାଳ ଅବଧିରେ ଖଲ୍ଲିକୋଟ କ୍ଳଷ୍ଟର ବିଶ୍ୱବିଦ୍ୟାଳୟ ବହୁ ବିକାଶ ମୂଳକ କାର୍ଯ୍ୟ ହୋଇଛି। ନୂତନ ବିଶ୍ଵ ବିଦ୍ୟାଳୟର ଭିତ୍ତି ଭୂମି ବିକାଶ ପାଇଁ ସରକାରି ଜମି ଅଧିଗ୍ରହଣ, ଦ୍ଵିତୀୟ ପରିସର ରୂପେ ଘୋଷିତ ଖଲ୍ଲିକୋଟ କଲେଜ ଭିତ୍ତି ଭୂମି ପୂଜା ଏବଂ ନୂତନ କୋଠା ନିର୍ମାଣ ଖେଳ ପଡିଆ ସମ୍ପ୍ରସାରଣ ବିଶେଷ କରି ଖଲ୍ଲିକୋଟମହାବିଦ୍ୟାଳୟର ବହୁ ବର୍ଷ ଧରି ସ୍ଥଗିତ ନାକ୍ ମାନ୍ୟତା ନବୀକରଣ ଓ ଏ ଗ୍ରେଡ୍ ମାନ୍ୟତା ପାଇଲା ଭଳି ଅନେକ କାର୍ଯ୍ୟ ତ୍ୱରାନ୍ୱିତ କରିବା ରେ ପ୍ରଫେସର ପାଢ଼ୀ ଙ୍କ ଯୋଗଦାନ ଉଲ୍ଲେଖନୀୟ ଥିଲା।
ତେହେ ବିଶ୍ଵ ବିଦ୍ୟାଳୟ ତ ଏହି ବିକାଶ ଧାରା ରେ ଅନ୍ତରାୟ ସୃଷ୍ଟି କରିବା ପାଇଁ ସେ ସମୟ ରେ କିଛି ସ୍ୱାର୍ଥ ପର କୁଚକ୍ରି ଗୋଷ୍ଠୀ ସକ୍ରିୟ ଥିବା ଜଣା ପଡ଼ିଛି। ୨୦୧୭ ରେ ଏହି ବିଶ୍ଵ ବିଦ୍ୟାଳୟ ପାଈଁ ନୂତନ କୁଳପତି ନିଯୁକ୍ତି ବେଳେ ନିଯୁକ୍ତି ପ୍ରକ୍ରିୟାକୁ କୁ ପ୍ରଭାବିତ କରି ତଥା ଓଡ଼ିଶା ବିଶ୍ବବିଦ୍ୟାଳୟର ଆଇନ କୁ ଅଣଦେଖା କରା ଯାଇ ଥିବା ଏବଂ ପ୍ରୋଫେସର ମନ୍ମଥ ପାଢ଼ୀ ଙ୍କୁ ପୁନଃ କୁଳପତି ନିଯୁକ୍ତି ରୁ ବଞ୍ଚିତ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇ ଥିବା ସ୍ପଷ୍ଟ ଭାବରେ ଜଣା ପଡ଼ିଛି।
ଗତ ୨୪ତାରିଖ ରେ ପ୍ରଫେସର ମନ୍ମଥ ପାଢ଼ୀ ଙ୍କ ୭୧ତମ ଜନ୍ମ ଦିନ ପାଳନ ଅବସରରେ ତାଙ୍କ ଆତ୍ମ ଜୀବନୀ ପୁସ୍ତକ “କିଛି କଥା କିଛି ବ୍ୟଥା” ଲୋକାର୍ପିତ ହେବା ଅବସର ରେ ଓଡ଼ିଶାର ବହୁ ବିଶିଷ୍ଟ ଶିକ୍ଷାବିତ୍ ତଥା ପୂର୍ବତନ କୁଳପତି ଯୋଗଦେଇ ଥିଲେ ଏବଂ ଏହି ଆତ୍ମ ଜୀବନୀ ପୁସ୍ତକ ରେ ଖଲ୍ଲିକୋଟ କ୍ଳସ୍ତର ବିଶ୍ୱବିଦ୍ୟାଳୟ ରେ କୁଳପତି ଭାବେ କାର୍ଯ୍ୟ କରିବା ସମୟ ରେ କିପରି କୁଚକ୍ରୀ ଓ କୁଟୀଳ ପ୍ରକୃତିର ଖଳ ଚରିତ୍ର ଙ୍କ ଦ୍ଵାରା ଗଭୀର ଷଡ଼ଯନ୍ତ୍ର ଶିକାର ହେଲେ ସେ ସମସ୍ତ ପ୍ରମାଣ ଓ ତଥ୍ଯ ପ୍ରକାଶ କରିଛନ୍ତି।
ପୂର୍ବ ତନ କୁଳପତି ପ୍ରଫେସର ମନ୍ମଥ ପାଢ଼ୀ କହିଛନ୍ତି ଯେ କୁଳପତି ଭାବେ କାର୍ଯ୍ୟ କରି ଅବ୍ୟାହତ ନେବା ପରେ ଏହି ବୃହତ ଐତିହାସିକ ଶିକ୍ଷା ଅନୁଷ୍ଠାନ ସହ ଅଜବ ଗଜବ ପ୍ରୟାଗ କରାଗଲା। ଏହି କ୍ଲଷ୍ଟର ବିଶ୍ଵ ବିଦ୍ୟାଳୟ କୁ ଗବେଷଣା ବିଶ୍ଵ ବିଦ୍ୟାଳୟ ରେ ରୂପାନ୍ତର କରି ଗବେଷଣା ନାମ ରେ ରାଜ୍ୟ ରାଜକୋଷ ରୁ କୋଟି କୋଟି ଟଙ୍କାର ଅନୁଦାନ ଆଣି ଅପବ୍ୟୟ କରାଗଲା। ଖଲିକୋଟ କଲେଜ ଦ୍ଵିତୀୟ ପରିସର ରୂପେ ସ୍ବୀକୃତି ପାଇଥିବା ସତ୍ବେ ସହର ବାହାରେ କନିଶି ରେ ମାସିକ ଦଶ ଲକ୍ଷ ଟଙ୍କା ଭଡ଼ା ଦେଇ ଏକ ଘରୋଇ କଲ୍ୟାଣ ମଣ୍ଡପ ର କିଛି ଅଂଶ ରେ ଏହି ବିଶ୍ଵ ବିଦ୍ୟାଳୟ ଚାଲିଲା। ପରି ଶେଷ ରେ ତାର ସତ୍ତା ହଜେଇ ଦିଆଗଲା ଏବଂ ଅତି ଚତୁରତା ସହ ବିରାଟ ଶିକ୍ଷା ଅନୁଷ୍ଠାନ ର ଇତିହାସ କୁ ବିକୃତ କରି ପରବର୍ତ୍ତୀ ସମୟରେ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟ ରେ ବିଲୀନ କରି ଦିଆଗଲା। ଏହି ବିଶ୍ଵ ବିଦ୍ୟାଳୟ ର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଏକକ ବିଶ୍ଵ ବିଦ୍ୟାଳୟ ରେ ବିଲୀନ ନ ହୋଇ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟ ରେ କାହିଁକି ଏବଂ କାହା ସ୍ୱାର୍ଥ ପାଇଁ ବିଲୀନ କରି ଦିଆଗଲା? ଏହା ପଛ ରେ ଏକ ସୁଚିନ୍ତିତ ଷଡଯନ୍ତ୍ର ବାରି ହୋଇ ପଡ଼ୁଛି। ଗୋଟିଏ ବିଶ୍ଵ ବିଦ୍ୟାଳୟ ର ସତ୍ତା ଓ ଇତିହାସ ଲୁଚେଇ ଦେବା ପାଇଁ ହୋଇ ଥିବା ଚକ୍ରାନ୍ତ ର ଉଦ୍ଦେଶ୍ୟ ତଦନ୍ତ ସାପେକ୍ଷ।
ପ୍ରୋଫେସର ମନ୍ମଥ ପାଢ଼ୀ ଆହୁରି କହିଛନ୍ତି ଯେ ଓଡ଼ିଶାର ରଜକୋଷ ରୁ କୋଟି କୋଟି ଟଙ୍କାର ବ୍ୟୟ ବରାଦ ହୋଈ ଥିବା ବେଳେ କ୍ଲାଷ୍ଟାର ବିଶ୍ଵବିଦ୍ୟାଳୟ ସ୍ଥାପନ ହେବା ର ସାତ ବର୍ଷ ପରେ ଏହି ବିଶ୍ଵ ବିଦ୍ୟାଳୟ ର ଭବିଷ୍ୟତ କୁ ନଷ୍ଟ କରିବା ଦୁର୍ଭାଗ୍ୟଜନକ ଏବଂ ଓଡିଶା ଇତିହାସ ର ଏହା ମଧ୍ୟ ପ୍ରଥମ ଘଟଣା।୨୦୧୫ ରୁ ୨୦୨୧ ପର୍ଯ୍ୟନ୍ତ ବିଶ୍ଵ ବିଦ୍ୟାଳୟ ଭାବେ ସକ୍ଷମ ଥିବା ଏହି ଗରିମା ମୟ ଅନୁଷ୍ଠାନ କୁ କେଉଁ ପରିସ୍ଥିତି ରେ କେଉଁ ମାନେ ଷଡଯନ୍ତ୍ର କରି ବିଶ୍ବ ବିଦ୍ୟାଳୟ ପ୍ରତିଷ୍ଠା ଓ ପ୍ରସିଦ୍ଧି କୁ ନଷ୍ଟ କରିବା ପାଇଁ ପ୍ରୟାସ କରି ଥିଲେ ଏହା ନିଶ୍ଚିତ ଭାବରେ ତଦନ୍ତ ହେବା ଆବଶ୍ୟକ ବୋଲି ବର୍ତ୍ତମାନ ବ୍ରହ୍ମପୁର ସହର ର ବୁଦ୍ଧିଜୀବୀ ଶିକ୍ଷାବିତ୍ ମାନେ ଦାବୀ ରଖିଛନ୍ତି। ଷଡଯନ୍ତ୍ର ଓ ଦୁର୍ନୀତି ସଂପୃକ୍ତ ପ୍ରଭାବଶାଳୀ ବ୍ୟକ୍ତି ବିଶେଷ ଙ୍କ ସ୍ୱେଚ୍ଛା ଚାରି ଲୁଚାଇ ତାଙ୍କୁ ସୁରକ୍ଷା ପାଇଁ ଜାଣି ଶୁଣି ଏହି ବିଶ୍ଵ ବିଦ୍ୟାଳୟ ସତ୍ତା ଲୋପ ପାଇଁ ପ୍ରୟାସ ହୋଇଛି।
ପ୍ରଫେସର ମନ୍ମଥ ପାଢ଼ୀଙ୍କ ଜୀବନୀ ପୁସ୍ତକ ଅନେକ ଗୁମର କଥା ଉପରୁ ପରଦା ହଟେଇ ଥିବା ବେଳେ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ଵ ବିଦ୍ୟାଳୟ ବିରୋଧ କରି ଥିବା ଷଡଯନ୍ତ୍ର କାରୀଙ୍କ ହୃତ ସ୍ପନ୍ଦନ ବଢେଇ ଦେଇଚି। ଏହା ଯଦି ସତ ହୋଇ ଥିବ ଯେଉଁ ମାନେ ଆଜି ପଦ ପଦବୀ କ୍ଷମତା ବଳରେ ବଳୀୟାନ ତାଙ୍କ ପାଇଁ ଆଗାମୀ ଦିନରେ ବଡ ବିପଦ ସୃଷ୍ଟି ହେବ ବୋଲି ସାଧାରଣ ରେ ଆଲୋଚନା
