ପର୍ସନପାଲ୍ଲୀରେ ମେଗା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର ୨୬୧ ହିତାଧିକାରୀଙ୍କ ପଞ୍ଜୀକରଣ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ଅନ୍ତର୍ଗତ ମାଟେରୁ ଗ୍ରାମପଞ୍ଚାୟତର ପର୍ସନପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଦିବାସୀ ଅଧ୍ୟୁଷିତ ଇଲାକାରୁ ହିତାଧିକାରୀଙ୍କ ସକ୍ରିୟ ଯୋଗଦାନ ଯୋଗୁଁ କ୍ୟାମ୍ପଟି ସଫଳ ହୋଇଥିବା କୁହାଯାଇଛି । ଏହି ଶିବିରରେ ମୋଟ ୨୬୧ ଜଣ ହିତାଧିକାରୀଙ୍କ ପଞ୍ଜୀକରଣ କରାଯାଇଥିବା ବେଳେ ୭୭ ଜଣ ଅସ୍ଥି ପ୍ରତିବନ୍ଧୀ, ୬ ଜଣ ମାନସିକ ଅନଗ୍ରସର, ୩୩ ଜଣ ଦୃଷ୍ଟି ବାଧିତ, ୨୩ ଜଣ ଶ୍ରବଣ ଓ ବାକ୍ ପ୍ରତିବନ୍ଧୀ ଏବଂ ୧ ଜଣ ସିକଲ ସେଲ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ଚିହ୍ନଟ କରାଯାଇଥିବା ବେଳେ ଆବଶ୍ୟକ ସେବା ପାଇଁ ପ୍ରକ୍ରିୟା ଗ୍ରହଣ କରାଯାଇଛି । ଏହି ଶିବିରରେ ୪ଟି ବସ୍ ପାସ୍ ଓ ୮ଟି ସାମାଜିକ ସୁରକ୍ଷା ଭତ୍ତା ଆବେଦନପତ୍ର ଗ୍ରହଣ କରାଯାଇଥିଲା।

ଏହି କ୍ୟାମ୍ପରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶୀର୍କେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପଡିଆ ବ୍ଲକ ଅଧ୍ୟକ୍ଷା ଦେବେ ମାଡି, ବିଧାୟକଙ୍କ ପ୍ରତିନିଧି ମନଦୀପଙ୍କର ରାୟ, ମାଟେରୁ ଓ ନିଲିଗୁଡ଼ା ଗ୍ରାମପଞ୍ଚାୟତର ସରପଞ୍ଚ, ସିଡିଏମଓ ଡ଼ଃ ଏମ୍.ଡି. ଆବିଦ ହୁସେନ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳ ଧରୁଆ, ପଡିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଶ୍ଵିନି କୁମାର ମହାପାତ୍ର, ବ୍ଲକ ସାମଜିକ ସୁରକ୍ଷା ଅଧିକାରୀ ଦେଶା କାମରାମ ସମେତ ବିଶେଷଜ୍ଞ ଡାକ୍ତର, ସମସ୍ତ ସୁପରଭାଇଜର, ଅଙ୍ଗନୱାଡି କର୍ମୀ, ଦାୟିତ୍ୱପ୍ରାପ୍ତ ଶିକ୍ଷକ, ବ୍ଲକର ବିଭିନ୍ନ ବିଭାଗର କର୍ମଚାରୀ ଓ ସ୍ୱେଚ୍ଛାସେବୀମାନେ ଉପସ୍ଥିତ ରହି ଏହି ଶିବିରକୁ ସଫଳ କରିଥିଲେ। ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସରକାରୀ ଯୋଜନାର ସୁବିଧା, ପ୍ରମାଣପତ୍ର, ସହାୟକ ଉପକରଣ, ବସ୍ ପାସ୍ ଓ ସାମାଜିକ ସୁରକ୍ଷା ଭତ୍ତା ଭଳି ସେବା ଏକାଠି ଯୋଗାଇବାରେ ଏହି କ୍ୟାମ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ନେଇ ଜିଲ୍ଲାପାଳ କହିଛନ୍ତି ।

ad-week
Leave A Reply

Your email address will not be published.