ମା ଡୁମୁଣୀ ଦେବଙ୍କ ପୀଠରେ ତୃତୀୟ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଉଦଯାପିତ

add-all

ନୟାଗଡ଼ (ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ସ୍ଥିତ ମା ଡୁମୁଣୀ ଦେଵୀଙ୍କ ପୀଠରେ ତୃତୀୟ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ରବିବାର ଦିନ ଉଦଯାପିତ ହୋଇଯାଇଛି । ଏହି ମହାଯଜ୍ଞରେ ଅତିଥି ଭାବରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଓ ରଣପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେଡି ବିଧାୟକ ସତ୍ୟନାରାୟଣ ପ୍ରଧାନ ଯୋଗଦେଇ ମା ଡୁମୁଣୀଙ୍କ ଦର୍ଶନ କରି ଆଶିଷ ଭିକ୍ଷା ଲାଭ କରିଥିଲେ । ଗ୍ରାମବାସୀମାନଙ୍କ ସହିତ ମିଶି ମନ୍ଦିରର ଉନ୍ନତି ବିଷୟରେ ପଚାରି ବୁଝିଥିଲେ । ଏହି ଯଜ୍ଞ ଉତ୍ସବରେ ପଣ୍ଡିତମାନଙ୍କ ବେଦ ପଠନ ଚତଃଦିଗକୁ ଭାବ ଓ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା ।ଏହି ବିଶ୍ଵଶାନ୍ତି ମହାଯଜ୍ଞକୁ ସ୍ଥାନୀୟ ଅଞ୍ଚଳର ପଣ୍ଡିତମାନେ ପରିଚାଳନା କରିଥିବା ବେଳେ କର୍ତ୍ତା ଭାବରେ ଦୀପକ ମହାପାତ୍ର ଓ ତାଙ୍କ ଧର୍ମପତ୍ନୀ ପ୍ରଭାତୀ ମହାପାତ୍ର କର୍ତ୍ତୀଭାବେ କାର୍ଯ୍ୟକୁ ସମ୍ପାଦନ କରିଥିଲେ । ମା ଡୁମୁଣୀ ଦେବୀଙ୍କ ପବିତ୍ର ପୂଣ୍ୟ ପୀଠରେ ଶତାଧିକ ଶ୍ରଦ୍ଧାଳୁ ଭକ୍ତ ଓ ବ୍ରତଧାରୀମାନେ ଉପସ୍ଥିତ ରହି ମା’ଙ୍କ ଦିବ୍ୟ ଦର୍ଶନ କରି କୃପାଲାଭ କରିଥିଲେ । ଏହି ଯଜ୍ଞ ଉତ୍ସବକୁ କୁଞ୍ଜପୁର ସାହିର ଗ୍ରାମବାସୀ , ଯୁବ ଗୋଷ୍ଠୀ ଓ ମା ଡୁମୁଣୀ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରି ପରିଚାଳନା କରିଥିଲେ। ଏହି ଅବସରରେ ତିନି ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା ।

ad-week
Leave A Reply

Your email address will not be published.