ଆସିକା ଚୋରା ସୁନା ବ୍ୟବସାୟୀ ମନ୍ତ୍ରୀ ଆଖ୍ୟା ପାଇଥିବା ବ୍ୟକ୍ତି ବାହାର ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଫୋଟ ବ୍ୟବହାର କରି ଏବେ ଚର୍ଚ୍ଚା ରେ…….!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବଜାର ସାହିରେ ରହୁଥିବା ଜଣାଶୁଣା ଚୋରା ସୁନା ବ୍ୟବସାୟୀ ବା ମନ୍ତ୍ରୀ ଆଖ୍ୟା ପାଇଥିବା ବ୍ୟକ୍ତିଙ୍କ ବାହାର ରାଜ୍ୟର ମୁଖ୍ୟମନ୍ତ୍ରୀ ଙ୍କୁ ଫୁଲ ତୋଡ଼ା ଦେବାର ଏ.ଆଇ ଫୋଟ ଭାଇରଲ। ଆସିକା ବଜାର ସାହିର ମନ୍ତ୍ରୀ ଆଖ୍ୟା ପାଇ ଥିବା ଚୋରା ସୁନା କାରବାର କରୁଥିବା ବ୍ୟବସାୟୀ ପୁଣି ଚର୍ଚ୍ଚାରେ। ସାମାଜିକ ଗଣମାଧ୍ୟମ ରେ ଚର୍ଚ୍ଚାରେ ରହିବା ପାଇ ମନ୍ତ୍ରୀ ଆଖ୍ୟା ପାଇଥିବା ବ୍ୟବସାୟୀ ସବୁବେଳେ ଫୋଟ ପୋଜ ଦେବା ନିଶାରେ ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତି ମାନଙ୍କ ଫୋଟ କୁ ନିଜ ଫୋଟ ସହ ଏ. ଆଇ ମାଧ୍ୟମରେ ଯୋଡି ବାଃ ବାଃ ନେବାରେ ସିଦ୍ଧହସ୍ତ। ବଜାର ସାହି ମନ୍ତ୍ରୀଙ୍କ ଫୋଟ ଜଣେ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଙ୍କ ଫୋଟ ସହସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି। ନିଜର ବ୍ୟକ୍ତିତ୍ୱ କୁ ଜାହିର କରିବା ପାଇଁ ଏବଂ ସାମାଜିକ ଗଣମାଧ୍ୟମ ରେ ଫୋଟୋ ଭାଇରଲ କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଲାଗିଛନ୍ତି ଯାହାକି ଏକ ଶସ୍ତା ବିକଳ୍ପ ବୋଲି ଆସିକା ବିଭିନ୍ନ ଖଟିରେ ଚର୍ଚ୍ଚା ହେଉଛି l ବାବୁ ପୋଲିସ, ଇଡ଼ି ଏବଂ ଆଇ. ଟି ରୁ ବଞ୍ଚିବାକୁ ଏପରି ରାସ୍ତା ବାଛିଛନ୍ତି ବୋଲି ସାଧାରଣ ରେ ଚର୍ଚ୍ଚା ଯେମିତି କଥାରେ ଅଛି ଦେହେ ମନ୍ଦାକିନୀ ରଜ ଲଗାଇ ଗ୍ରାମ ଶୂକରୀ କି ହୋଇବ ଗାଈ.. I ଦେଖା ଯାଉ ଏହି ଚୋରା ସୁନା ବେପାରୀ ପୋଲିସ, ଇଡ଼ି, କିମ୍ବା ଆଇ. ଟି ପଞ୍ଝା ରେ କେବେ ପଡୁଛନ୍ତି ତାହା ସମୟ କହିବ l ନଜିର ରହିଛି ପୋଲିସ ପ୍ରଶାସନ ଜଦି ବାବୁଙ୍କ କଥା ନଶୁଣେ ତେଵେ ବଦନାମ କରିବାକୁ ହେଳା କରନ୍ତି ନାହିଁ l
