ମନ୍ଦାକିନୀ ସେତୁ ନିକଟରେ ବାଇକ୍ ଦୁର୍ଘଟଣାରେ ଚାଳକ ଆହତ

add-all

ନୟାଗଡ଼ (ନିସର୍ତ୍ତ): ମନ୍ଦାକିନୀ ସେତୁ ନିକଟରେ ବାଇକ୍ ଦୁର୍ଘଟଣାରେ ଚାଳକ ଆହତ ହୋଇ ଥିବା ସୂଚନା ମିଳିଛି । ସୂଚନା ଅନୁସାରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜ ସୁନାଖଳା ନିକଟସ୍ଥ କୋଟଗଡ ପାର୍କ ବୁଲିବାକୁ ଚିନ୍ମୟ ପ୍ରଧାନ ଏବଂ ତାଙ୍କର ପରିବାର ଲୋକମାନେ ରବିବାର ଦିନ ଅପରାହ୍ନ ସମୟରେ ଆସିଥିଲେ । ପାର୍କ ବୁଲି ସାରି ନିଜ ଗ୍ରାମ ସୋରଣକୁ ଫେରିବା ବେଳେ ମନ୍ଦାକିନୀ ସେତୁ ନିକଟରେ ବାଇକ୍ ଚକା ଗୋଡ଼ିରେ ଖସି ଯାଇଥିଲା ।

ଫଳରେ ସେ ରାସ୍ତାରେ ପଡ଼ି ମୁହଁ ଓ ଶରୀରରେ ଆଘାତ ଲାଗିଥିଲା । ସେ ମଲାଗୁଣୀ ନଦୀକୁ ଖସିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଏବଂ ଏକ ବଡ ଅଘଟଣରୁ ମଧ୍ୟ ବଞ୍ଚି ଯାଇଥିଲେ। ତାଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ନିକଟସ୍ଥ ଡାକ୍ତର ଖାନାରେ ଚିକିତ୍ସା କରିଥିଲେ । ଏଭଳି ଅନେକ ଦୁର୍ଘଟଣା ଏହି ରାସ୍ତାରେ ଘଟୁ ଥିବା ବେଳେ ମନ୍ଦାକିନୀ ସେତୁ କେବେ ନିର୍ମାଣ ସରିବ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।

ad-week
Leave A Reply

Your email address will not be published.