ନିଖିଳ ଓଡ଼ିଶା କଲ୍ୟାଣ ଶିକ୍ଷକ ଓ ନିରୀକ୍ଷକ ସଂଘର ମାଲକାନଗିରି ଜିଲ୍ଲା କର୍ମକର୍ତ୍ତା ନିର୍ବାଚନ ସମ୍ପନ୍ନ

add-all

ମାଲକାନଗିରି : ନିଖିଳ ଓଡ଼ିଶା କଲ୍ୟାଣ ଶିକ୍ଷକ ଓ ନିରୀକ୍ଷକ ସଂଘର ମାଲକାନଗିରି ଜିଲ୍ଲା ଶାଖାର ନୂତନ କର୍ମକର୍ତ୍ତା ଚୟନ ପାଇଁ ନିର୍ବାଚନ ବାଲାଟ୍ ପେପର୍ ମାଧ୍ୟମରେ ସମ୍ପୂର୍ଣ୍ଣ ସ୍ୱଚ୍ଛ, ଅବାଧ ଓ ଗଣତାନ୍ତ୍ରିକ ପଦ୍ଧତିରେ ସଫଳତାର ସହ ସମ୍ପନ୍ନ ହୋଇଛି।

ଏହି ନିର୍ବାଚନ ପ୍ରକ୍ରିୟାରେ ସହକାରୀ ନିର୍ବାଚନ ଅଧିକାରୀ ଭାବେ ଶିକ୍ଷା ନିରୀକ୍ଷକ ଅଜେୟ କୁମାର ମିଶ୍ର ଦାୟିତ୍ୱ ନିର୍ବାହ କରିଥିଲେ। ରାଜ୍ୟ ସାଧାରଣ ସମ୍ପାଦକ ବିଜୟ କୁମାର ରଥଙ୍କ ସମେତ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଏନ୍. ରାଜେଶ୍, ଦିଲୀପ ଚୌଧୁରୀ ଓ ମୋହନ ମାଝୀଙ୍କ ଉପସ୍ଥିତିରେ ସମଗ୍ର ନିର୍ବାଚନ ପ୍ରକ୍ରିୟା ସୁଚାରୁ ଭାବେ ସମାପ୍ତ ହୋଇଥିଲା।

ନିର୍ବାଚନ ଫଳାଫଳ ଅନୁଯାୟୀ ନିରଞ୍ଜନ ମହାପାତ୍ର ଜିଲ୍ଲା ସଭାପତି, ବିଜୟ ପାତ୍ର ସାଧାରଣ ସମ୍ପାଦକ, କ୍ଷିରୋଦ କୁମାର ମହାନ୍ତି ଉପସଭାପତି ଏବଂ ଦୀପକ ନାୟକ ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି।

ସେହିପରି ଅନ୍ୟାନ୍ୟ ପଦବୀରେ ଶ୍ରୀମତୀ ମନ୍ଦାକିନୀ ପ୍ରଧାନ, ସମ୍ପଦ ସ୍ୱାଇଁ, ଅଜୟ ରାଉତ, ପ୍ରଶାନ୍ତ କୁମାର ନାୟକ ଏବଂ ବିଭୁଦତ୍ତ ତ୍ରିପାଠୀ ପ୍ରମୁଖ ନିର୍ବାଚିତ ହୋଇଛନ୍ତି।

ନିର୍ବାଚନ ପରିଚାଳନାରେ ମନୋଜ ମିଶ୍ର, ଉମା ପଟ୍ଟନାୟକ, ରମାକାନ୍ତ ବେହେରା, ଶ୍ରୀମତୀ ବୀରା ମାଢ଼ୀ ଏବଂ ଲକ୍ଷ୍ମୀ ନାରାୟଣ ରଥ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଥିଲେ। ସେମାନଙ୍କର ସୁଚାରୁ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ସଂଘର ସମସ୍ତ ସଦସ୍ୟ ଓ କର୍ମଚାରୀ ସାଧୁବାଦ ଜଣାଇଛନ୍ତି।

ନବନିର୍ବାଚିତ କର୍ମକର୍ତ୍ତାମାନେ ସଂଘର ସାଙ୍ଗଠନିକ ଶକ୍ତି ବୃଦ୍ଧି, କଲ୍ୟାଣ ବିଭାଗ ଅଧୀନସ୍ଥ ଶିକ୍ଷକ ଓ କର୍ମଚାରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ଏବଂ ଶିକ୍ଷାର ଗୁଣାତ୍ମକ ବିକାଶ ଦିଗରେ ସମନ୍ୱିତ ଭାବେ କାର୍ଯ୍ୟ କରିବେ ବୋଲି ମତ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.