
ଉତ୍ତେଜିତ ଗ୍ରାମବାସୀ ରାଜପଥରେ ମୃତ ଶରୀର ରଖି ରାସ୍ତା ବନ୍ଦ କଲେ
କୋରାପୁଟ /କୋଟପାଡ଼ : ରାଜପଥ – 63, ଡଙ୍ଗରି ଗ୍ରାମ ସଡ଼କ ଦୁର୍ଘଟଣାରେ ପ୍ରାଣ ହାରିଲେ ସୁତିପଦର ଗ୍ରାମର ଗୁଡ଼ୁ ବିନ୍ଧାଣି l ସୂଚନା ପ୍ରକାରେ, କୋଟପାଡ଼ ଥାନା ଅନ୍ତର୍ଗତ ସୁତିପଦାର ନିବାସୀ ଗୁଡ଼ୁ ବିନ୍ଧାଣି (32)ନିଜ ଗ୍ରାମକୁ ବାଇକ ଯୋଗେ ଯାଉଥିବା ବେଳେ ପଛ ପଟୁ ଏକ ଇନୋଭା କାର ଜୋର ସେ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଛନ୍ତି l ଯାହାକୁ ନେଇ ଦୁର୍ଘଟଣା ସ୍ଥଳରେ ଡଙ୍ଗରି ଏବଂ ସୁତିପଦର ଗ୍ରାମ ବାସୀ କ୍ଷତିପୂରଣ ଦାବିରେ ରାଜରାସ୍ତା ଜାମ କରିଛନ୍ତି….ଖବର ଲେଖା ହେବା ପର୍ଯ୍ୟନ୍ତ l କୋଟପାଡ଼ ପୋଲିସ ଏବଂ ତହସିଲଦାର ଘଟଣା ସ୍ଥଳରେ ପହଂଚି ବୁଝାସୁଝା କଲେ ମଧ୍ୟ ଦାବୀ ପୁରଣ ନ ହେଲା ଯାଏଁ ରାସ୍ତା ଅବରୋଧ କରିବୁ ବୋଲି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି l ଯାହା ଫଳରେ ଗୋଟେ କିଲୋମିଟରରୁ ଉର୍ଦ୍ଧ ଲାଇନ ଲାଗିଯାଇଛି ସାନ ବଡ଼ ଯାନବାହାନ, ଯାହା ଫଳରେ ଯାତ୍ରୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l
