ବାଲୁଗାଁ ପୁଲିସର ଚଢାଉ : ବିହାର ଯୁବକ ଗିରଫ, ୩୨ ଲିଟରରୁ ଅଧିକ ବିଦେଶୀ ମଦ ଜବତ

add-all

ବାଲୁଗାଁ, ଖୋର୍ଦ୍ଧା : ବାଲୁଗାଁ ଥାନା ଅଞ୍ଚଳରେ ପୁଲିସ ବଡ ଧରଣର ଅବକାରୀ ଚଢାଉ କରି ଜଣେ ବିହାରର ଯୁବକଙ୍କୁ ଗିରଫ କରିବା ସହ ପ୍ରାୟ ୩୩ ଲିଟର ବିଦେଶୀ ମଦ ଓ ଗୋଟିଏ ମୋଟରସାଇକେଲ ଜବତ କରିଛି । ଖୋର୍ଦ୍ଧା ଜିଲ୍ଲା ପୁଲିସ ଅଧୀକ୍ଷକ ଶ୍ରୀ ପରମାର ସ୍ମିତ ପରଶୋତମଦାସ, ଆଇପିଏଏସ ଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲୁଗାଁ ଏସଡ଼ିପିଓ ଶ୍ରୀ ସଞ୍ଜୟ କୁମାର ପଟ୍ଟନାୟକ, ଓପିଏସ ଓ ବାଲୁଗାଁ ଥାନା ଅଧିକାରୀ ଶ୍ରଦ୍ଧା ନାୟକଙ୍କ ତତ୍ତ୍ୱାବଧାନରେ ଗତ 14.07.2026 ତାରିଖ ସନ୍ଧ୍ୟା 8.45 ମିନିଟରେ ଏହି ଚଢାଉ କରାଯାଇଥିଲା । ବାଲୁଗାଁ ଥାନା ଏଏସଆଇ ମନୋରଞ୍ଜନ ସ୍ୱାଇଁ, ହାବିଲଦାର ରାମଦାସ ମାଝି ଓ HG-303 ଆଶୀର୍ବାଦ ପାଇକରାୟ ସରାଳପଦର ଛକଠାରେ ସାନ୍ଧ୍ୟ ପେଟ୍ରୋଲିଂ ଓ ମଦ ଚୋରା ଚାଲାଣ ଚଢାଉ କରୁଥିବା ବେଳେ ଜଣେ ବ୍ୟକ୍ତି ମୋଟରସାଇକେଲରେ ମଦ ନେଇ ଆସୁଥିବା ଗୁପ୍ତ ସୂଚନା ପାଇଥିଲେ। ସେହି ସମୟରେ ଜଣେ ଯୁବକ ବାଲୁଗାଁ ବଜାର ପଟୁ ମୋଟରସାଇକେଲ ଯୋଗେ 2ଟି ଝୋଲା ଧରି ଆସୁଥିବା ବେଳେ ପୁଲିସ ତାଙ୍କୁ ଅଟକାଇଥିଲା।

ଖୋଜାଖୋଜି ପରେ ଝୋଲାରୁ 4ଟି କାର୍ଟୁନରେ ବିଭିନ୍ନ ପ୍ରକାର ବିଦେଶୀ ମଦ ମିଳିଥିଲା। ଗିରଫ ଯୁବକ ଜଣକ ବିହାର ପାଟନା ଜିଲ୍ଲା ରାଣୀତାଲବ କାନପା ଥାନା ଅନ୍ତର୍ଗତ ସେଲଗଡ ଗ୍ରାମର ଚନ୍ଦେଶ୍ୱର ପ୍ରସାଦଙ୍କ ପୁତ୍ର ରାକେଶ କୁମାର(30) ବୋଲି ଜଣାପଡିଛି। ଅଭିଯୁକ୍ତ ଠାରୁ ଆଇକୋନିକ ହ୍ୱାଇଟ – 48 ବୋତଲ, ପ୍ରତି 180 ml, MC ଡେୱେଲ ନଂ-1 – 48 ବୋତଲ, ପ୍ରତି 180 ml, କିଙ୍ଗଫିସର ବିୟର – 24 ବୋତଲ, ପ୍ରତି 650 ml, ମୋଟ – 32 ଲିଟର 880 ml ମଦ, କଳା ଓ ଲାଲ ରଙ୍ଗର ପ୍ଲାଟିନା 110 ମୋଟରସାଇକେଲ ନଂ OD-02-DS-5619,ଗୋଟିଏ ରବର ଦଉଡି ଜବତ୍ ହୋଇଛି।ଅଭିଯୁକ୍ତ ଜଣକ ଅନୁମତି ବିନା ସାଧାରଣ ଲୋକଙ୍କୁ ମଦ ବିକ୍ରି କରୁଥିବା ସ୍ୱୀକାର କରିଛି। ଏହି ଘଟଣାରେ ବାଲୁଗାଁ ଥାନାରେ 327/2026 ନମ୍ବରରେ ଓଡ଼ିଶା ଅବକାରୀ ଆଇନ ଧାରା 52(a)(i) ଅନୁଯାୟୀ ମାମଲା ରୁଜୁ ହୋଇଛି। ମାମଲାର ତଦନ୍ତ ଭାର ଥାନା SI ରସ୍ନା ସାହୁ ନେଇଛନ୍ତି। ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

ad-week
Leave A Reply

Your email address will not be published.