
ବ୍ରହ୍ମପୁର : ଆଜି ଅର୍ଥାତ 15.07.26 ତାରିଖ ଦିନ ଅବସରପ୍ରାପ୍ତ ପୋଲିସ ଅଫିସର ସଂଘର ପ୍ରତିଷ୍ଠା ଦିବସ ସଂଘର ବାବାଜୀ ତୋଟା ସାହି ବ୍ରହ୍ମପୁର ସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ସଙ୍ଘର ସଭାପତି ପ୍ରକାଶ ଚନ୍ଦ୍ର ସାହୁଙ୍କ ପୌରାହିତ୍ୟରେ ଏହି ସଭାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରାଧ୍ୟାପକ ବିଷ୍ଣୁ ଚରଣ ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାମାଜିକ କାର୍ଯ୍ୟରେ ଏହି ସଙ୍ଘର ଅବଦାନକୁ ଉଚ୍ଚ ପ୍ରଶଂସା କରିଥିଲେ। ବ୍ରହ୍ମପୁର ପୋଲିସ ହାଇସ୍କୁଲର କୃତ୍ତି ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସଙ୍ଘର ଦୁଇ ଜଣ ବରିଷ୍ଠ ସଭ୍ୟ ଶ୍ରୀ ବିପ୍ର ଚରଣ ଆଚାର୍ଯ୍ୟ (ଅବସରପ୍ରାପ୍ତ ଆ.ଇ.ଜି ) ଓ ଶ୍ରୀ ଦିବାକର ସାହୁ (ଅବସରପ୍ରାପ୍ତ ଆଡିସିନାଲ ଏସ. ପି )ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଦୁଇ ଜଣ ଦିବଂଗତ ସଭ୍ୟ ଏସ. ଆପ୍ପା ରାଓ ଓ ବିଭୁ ପ୍ରସାଦ ମହାପାତ୍ରଙ୍କ ବିୟୋଗରେ ସେମାନଙ୍କ ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଙ୍ଘର କାର୍ଯ୍ୟଜାରୀ ସଭାପତି ଶାନ୍ତନୁ ପାଢ଼ୀ ସଂଯୋଜନା କରିଥିଲେ।
