
ନୟାଗଡ଼:ସବୁଜିମା ଦ୍ଵାରା ପୃଥିବୀର ଉପଚାର କରିବା ” ଏହି ଥିମରେ ପର୍ଯ୍ୟବେଶିତ ବନମହୋତ୍ସବ ଆଜି ପ୍ରଜାମଣ୍ଡଳ ମହାବିଦ୍ୟାଳୟରେ ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଇଅଛି। ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନା ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଅଧକ୍ଷା ଶ୍ରୀମତୀ ସ୍ମିତା ରାଣୀ ରାଉତରାୟ ଉଦ୍ଘାଟନ କରିଥିଲେ । ଯୁବ ରେଡକ୍ରସ୍ କାଉନସିଲର ଶ୍ରୀମତୀ ମିନାକ୍ଷୀ ବାଳା ମିଶ୍ର ବନମହୋତ୍ସବ ପାଳନର ଉପାଦେୟତା ଓ ମହତ୍ତ୍ୱ ବିଷୟରେ ନିଜ ମତବ୍ୟକ୍ତ କରିଥିଲେ । ଅଧ୍ୟକ୍ଷା ଶ୍ରୀମତୀ ରାଉତରାୟ “ବୃକ୍ଷ ରୋପଣ ଦ୍ବାରା ଅମ୍ଳଜାନ ସ୍ତର,ପୃଥିବୀରେ ସବୁଜିମା ତଥା ବୃଷ୍ଟିପାତ ବୃଦ୍ଧି ହେବ। ସମସ୍ତେ ବୃକ୍ଷ ରୋପଣ କରି,ତାହାର ଯତ୍ନ ନେଇ ତାକୁ ବଞ୍ଚାଇ ରଖିବା” ବୋଲି ନିଜର ଅଭିଭାଷଣରେ କହିଥିଲେ । ଥିମ୍ ର ତାତ୍ପର୍ଯ୍ୟ ବିଷୟରେ କୃଷ୍ଣା କୁମାରୀ ଦାଶ ନିଜର ବକ୍ତବ୍ୟ ରଖିଥିଲେ। ଏହା ପରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ ସ୍ଵେଚ୍ଛାସେବୀ ମାନେ ଫୁଲ ଗଛ ଲଗାଇଥିଲେ । ସ୍ଵେଚ୍ଛାସେବୀ ମାନେ ମହାବିଦ୍ୟାଳୟର ଛାତ୍ରୀ ଓ କର୍ମଚାରୀ ମାନଙ୍କୁ ୧୫୦ଟି ପିଜୁଳି, ଅମୃତଭଣ୍ଡା,ସଜନା, ଡାଳିମ୍ବ ଲେମ୍ବୁ ,ମନ୍ଦାର ,ଶାଗୁଆନ ପ୍ରଭୃତି ବଡ଼ ଗଛ ଚାରା ବଣ୍ଟନ କରିଥିଲେ ।ଏ କାର୍ଯ୍ୟକ୍ରମକୁ ଯୁବ ରେଡକ୍ରସ୍ କାଉନସିଲର ଶ୍ରୀମତୀ ମତୀ ମିଶ୍ର ସଞ୍ଜଯୋଜନା କରିଥିଲେ ଓ NSS ପ୍ରୋଗ୍ରାମ ଅଫିସର ଶ୍ରୀମତୀ ରଶ୍ମିତା ଭୁଜବଳ ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପିକା ସରସ୍ଵତୀ ପ୍ରଧାନ, ଅନ୍ୱେଷା ମହାନ୍ତି, ସୁଚିସ୍ମିତା ମିଶ୍ର, ବାଣି ବନ୍ଦନା ବିଶ୍ଵାଳ ଓ ଅଧ୍ୟାପକ କୃପାସିନ୍ଧୁ କରଶ,ବାପି ନାୟକ, ପବିତ୍ର ନନ୍ଦ, ଭୁବନେଶ୍ୱର ବେହେରା ଓ ଅନ୍ୟ କର୍ମଚାରୀ ବୃନ୍ଦ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ପ୍ରାୟ ୨୦୦ ଛାତ୍ରୀ ଓ ୫୦ ଜଣ ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନା ସ୍ଵେଚ୍ଛାସେବୀ ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।
