
ନୟାଗଡ଼: ଓଡ଼ଗାଁ ଏନଏସି ଘୋଷଣାର ଦୀର୍ଘ ୯ ବର୍ଷ ପରେ ନିର୍ବାଚନ ହେବାକୁ ନେଇ ରାଜ୍ୟ ସରକାର ବିଧିବଦ୍ଧ ଭାବରେ ଘୋଷଣା କରିଛନ୍ତି ।ସରକାର ୧୫ ଦିନ ମଧ୍ୟରେ ଆପତ୍ତି ଅଭିଯୋଗ ଶୁଣିବା ପରେ ନିର୍ବାଚନ ଘୋଷଣା କରାଯିବ ବୋଲି ଜଣାପଡିଛି ।ସୂଚନା ଅନୁଯାୟୀ ୨୦୧୭ ମସିହା ଅଗଷ୍ଟ ୧୮ ତାରିଖରେ ଓଡ଼ଗାଁ ଏନଏସି ଘୋଷଣା ହେବା ପରେ ୱାର୍ଡ ପରିବର୍ଦ୍ଧିତକୁ ନେଇ ହାଇକୋର୍ଟରେ ମାମଲା ରୁଜ୍ଜୁ ହୋଇଥିଲା।ହାଇକୋର୍ଟରୁ ମାମଲା ପ୍ରତ୍ୟାହାର ପରେ ସରକାର ନୟାଗଡ଼ ଜିଲ୍ଲାପାଳଙ୍କୁ ୱାର୍ଡ ଓ ଆସନ ତାଲିକା ପ୍ରସ୍ତୁତ କରିବାକୁ ଚିଠି କରିବା ପରେ ସମସ୍ତ ଆସନ ବଳବତ୍ତର ରହିବା ନେଇ ଜିଲ୍ଲାପାଳ ଚିଠି କରିଥିଲେ ।ରାଜ୍ୟ ସରକାର ସମସ୍ତ ପୌରାଞ୍ଚଳ ଓ ଏନଏସିରେ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଓଡ଼ଗାଁ ଏନଏସିରେ ପ୍ରଥମ ଥର ନିର୍ବାଚନ ହେବାକୁ ଥିବାରୁ ଓଡ଼ଗାଁ ଏନଏସି ଅଞ୍ଚଳର ଲୋକେ କାହାକୁ ନେତା ଭାବରେ ବଛିବେ ତାହା ଏବେଠାରୁ ଚର୍ଚ୍ଚା ହେଲାଣି । ଓଡ଼ଗାଁ ଏନଏସି ଅନ୍ତର୍ଗତ ୧୫ଟି ୱାର୍ଡ ମଧ୍ୟରୁ ସରକାରୀ ବିଜ୍ଞପ୍ତି ଅନୁଯାୟୀ ୱାର୍ଡ୧, ୱାର୍ଡ୨, ୱାର୍ଡ୫,ୱାର୍ଡ୬,ୱାର୍ଡ୧୦,ୱାର୍ଡ୧୪ ଓ ୱାର୍ଡ୧୫ ଅଣ ସଂରକ୍ଷିତ, ୱାର୍ଡ ୩, ୱାର୍ଡ୪,ୱାର୍ଡ ୮,ୱାର୍ଡ୧୧,ୱାର୍ଡ୧୨,ୱାର୍ଡ୧୩ ମହିଳା ଏବଂ ୱାର୍ଡ୭ ଓ ୱାର୍ଡ ୯ଅନୁସୂଚିତ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।
