
ବରଗଡ଼ : ଡାକ୍ତରଙ୍କୁ ମାଡ଼ ଅଭିଯୋଗ, ଅଭିଯୁକ୍ତ ଅଟକ । ବରଗଡ଼ ସହର ସ୍ଥିତ ସିଏଚସିର କାର୍ଯ୍ୟରତ ଡାକ୍ତରଙ୍କୁ ଅକ୍ରମଣ ଅଭିଯୋଗ ହୋଇଛି । ଅଭିଯୁକ୍ତକୁ ଅଟକ ରଖି ତଦନ୍ତ କରୁଛି ପୋଲିସ ।
ରବିବାର ବିଳମ୍ବିତ ରାତ୍ରିରେ ସିଏଚସିର କାର୍ଯ୍ୟରତ ଡାକ୍ତର ସୁଦୀପ୍ତ କୁମାର ରାଉତଙ୍କୁ ଜଣେ ରୋଗୀଙ୍କ ସମ୍ପର୍କୀୟ ହଠାତ୍ ଆକ୍ରମଣ କରିଥିଲେ । ଡାକ୍ତରଙ୍କ ମୁଣ୍ତ ଫାଟି ରକ୍ତସ୍ରାବ ହୋଇଥିଲା । ଡାକ୍ତର ସୁଦୀପ୍ତ ଟାଉନ ଥାନାର ଦ୍ବାରସ୍ଥ ହେବା ସହ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଟାଉନ ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା କରିଥିଲା । କାର୍ଯରତ ଡାକ୍ତରଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାନଗଲେ ଆନ୍ଦୋଳନ ହେବ ବୋଲି ଡାକ୍ତର ମାନଙ୍କ ପାଖରୁ ସୂଚନା ମିଳିଛି ।
ସେହିପରି ଗତକାଲି ଭୁବନେଶ୍ବରରେ ଉଦ୍ଧାର ଟଙ୍କା ମାଗିବାରୁ ମାଆ-ପୁଅଙ୍କୁ ଘରେ ପଶି ହାଣିଲେ ଦୁର୍ବୃତ୍ତ । ଉଭୟ ମାଆ-ପୁଅଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଥାନାରେ ଅଭିଯୋଗ ପରେ ତଦନ୍ତ କରୁଛି ପୋଲିସ ।
